ବୃଦ୍ଧଙ୍କ ଆତ୍ମହତ୍ୟା
ନୂଆପଡା : ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଚିନ୍ଦାଗୁଡ଼ା ଗ୍ରାମରେ ବେକରେ ରଶି ଲଗାଇ ବୃଦ୍ଧ ଆତ୍ମହତ୍ୟା କରିଛନ୍ତି । ମୃତ ବୃଦ୍ଧ ଜଣକ ଚିନ୍ଦାଗୁଡ଼ା ଗ୍ରାମର ବିରବଲ ରଣା(୬୨) ବୋଲି ଜଣାପଡିଛି । ସୂଚନା ଅନୁସାରେ ଚିନ୍ଦାଗୁଡ଼ା ଗ୍ରାମର ବିରବଲ ରଣା ତାଙ୍କ ଖେତରେ ଘର କରି ଏକୁଟିଆ ରହି ଆସୁଥିଲେ । ଗତ ବର୍ଷ ତାଙ୍କର ସ୍ତ୍ରୀଙ୍କ ମୃତୁ୍ୟ ପରେ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ହେଲେ ଆଜି ତାଙ୍କ ଜମିରେ ଥିବା ଏକ ଲିମ୍ବ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଖଡ଼ିଆଳ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଏକ ଅପମୃତୁ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ନେଇ ଏଏସଆଇ ଦେବର୍ଚ୍ଚନ ମାଝୀ ସୂଚନା ଦେଇଛନ୍ତି ।