୨୩ରେ ଆସିବେ ଯୋଗୀ ଆଦିତ୍ୟନାଥ

୨୩ରେ ଆସିବେ ଯୋଗୀ ଆଦିତ୍ୟନାଥ

ଡ଼ିଶାରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ଚାରି ପର୍ଯ୍ୟାୟରେ ମୋଟ ୨୧ ଲୋକସଭା ଓ ୧୪୭ ବିଧାନସଭା ପାଇଁ ଭୋଟ୍‌ ଗ୍ରହଣ ହେବ । ତେବେ ଏହାରି ମଧ୍ୟରେ ଓଡ଼ିଶାରେ ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆସନ୍ତା ମେ' ୨୫ରେ ତୃତୀୟ ପର୍ଯ୍ୟାୟ ଓ ଜୁନ୍‌ ୧ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।

ତେବେ ଚଳିତ ଥର ବିଜେପି ଫୋକସ୍‌ରେ ରହିଛି ଓଡ଼ିଶା । ପ୍ରଧାନମନ୍ତ୍ରୀଙ୍କଠାରୁ ଗୃହମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବିଜେପିର କେନ୍ଦ୍ରୀୟ ନେତା ବାରମ୍ବାର ଓଡ଼ିଶା ଆସି ବିଜେପି ସପକ୍ଷରେ ଜାରି ରଖିଛନ୍ତି ଧୁଆଁଧାର ପ୍ରଚାର ।

ତେବେ ଆସନ୍ତା ୨୩ ତାରିଖରେ ଓଡ଼ିଶାରେ ବିଜେପିର ପ୍ରଚାର ମଙ୍ଗ ଧରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦିନିକିଆ ଗସ୍ତରେ ଆସି ଚିଲିକା ଓ ସାଲେପୁର କୁଳିଆରେ ନିର୍ବାଚନୀ ସଭା କରିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।