ପାକିସ୍ତାନ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ : ୧୬ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ୍

ପାକିସ୍ତାନ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ :  ୧୬ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ୍

 ୧୬ ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ କରିଛି ଭାରତ  ।  ଏହି ଚ୍ୟାନେଲ ଗୁଡିକରେ  ଥିବା  ମୋଟ ୬୩ ମିଲିୟନ ସବସ୍କ୍ରାଇବରଙ୍କୁ ଭାରତ ବ୍ୟାନ କରିଛି  ।  ପହଲଗାମ ଆକ୍ରମଣ ପରେ ବିଭ୍ରାନ୍ତିକର, ଗୁଜବ ଏବଂ ମିଛ ଖବର ପରିବେଷଣ କରୁଥିବା ପାକ୍ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ଚ୍ୟାନେଲ ଗୁଡିକ ମଧ୍ୟରେ ଅଛନ୍ତି ପାକିସ୍ତାନର ସବୁଠୁ ପ୍ରତିଷ୍ଠିତ ଡାଉନ, ସାମା ଟିଭି, ଆରୀ ନ୍ୟୁଜ୍, ବୋଲ ନ୍ୟୁଜ୍, ରଫତାର, ଜିଓ ନ୍ୟୁଜ୍, ସୁନୋ ଷ୍ଟୁଡିଓ ଚ୍ୟାନେଲକୁ ବ୍ୟାନ  କରିଛି ନୂଆଦିଲ୍ଲୀ । ଏଥିସହ କ୍ରିକେଟର ସୋଏବ ଅଖତରଙ୍କ ୟୁଟ୍ୟୁବ୍ ଚ୍ୟାନେଲ ସହ ଏକାଧିକ ପାକିସ୍ତାନୀ ସାମ୍ବାଦିକଙ୍କ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ କରାଯାଇଛି  । ଭାରତ ପାକିସ୍ତାନ ସରକାରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟାନ କରିବା ପରେ ପାକ୍ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ କରାଯାଇଛି । ବଡ଼ କଥା ହେଉଛି ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସିକୁ ମଧ୍ୟ ଭାରତ ନୋଟିସ୍ ଜାରି କରିଛି। ପହଲଗାମ ଆତଙ୍କୀ ଆକ୍ରମଣକୁ ବନ୍ଧୁକଧାରୀଙ୍କ ଆକ୍ରମଣ ନେଇ କରିଥିବା ନ୍ୟୁଜକୁ ନେଇ ପ୍ରତିବାଦ କରିଛି ଭାରତ । ଭାରତର ବିବିସି ମୁଖ୍ୟଙ୍କୁ ଏକ ଚିଠି ଲେଖି ବୈଦେଶିକ ମନ୍ତ୍ରଣାଳୟ ବିବିସିର ରିପୋଟିଂକୁ ତର୍ଜମା କରୁଥିବା କହିଛନ୍ତି ।