"ଓଡ଼ିଆ ପକ୍ଷ' ପାଳନର ସପ୍ତମ ଦିନ ବର୍ଣ୍ଣବୋଧ ବାଣ୍ଟିଲେ ମନ୍ତ୍ରୀ ଓ ସାଂସଦ
ଭୁବନେଶ୍ୱର : ଆଜି "ଓଡ଼ିଆ ପକ୍ଷ' ପାଳନର ସପ୍ତମ ଦିବସ । ସାରା ରାଜ୍ୟରେ ଆଜି ପାଳିତ ହୋଇଯାଇଛି ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ ଉସôବ । ବିଦ୍ୟାରମ୍ଭର ଆଦ୍ୟ ପୁସ୍ତକ ଭକ୍ତକବି ମଧୁସୂଦନ ରାଓଙ୍କ ଦ୍ୱାରା ରଚିତ ବର୍ଣ୍ଣବୋଧକୁ ବିଦ୍ୟାଳୟରେ ଅଧ୍ୟୟନରତ ଶିଶୁମାନଙ୍କୁ ପ୍ରଦାନ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ଅଭିନବ ପ୍ରୟାସ କରାଯାଇଛି । ଆଜି ବର୍ଣ୍ଣବୋଧ ବଣ୍ଟନ ଉସôବ ଅବସରରେ ଜିଲ୍ଲାମାନଙ୍କରେ ରହିଥିବା ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ଓ ବିଦ୍ୟାଳୟରେ ଥିବା ପାଠାଗାରକୁ ବର୍ଣ୍ଣବୋଧ ପୁସ୍ତକ ପ୍ରଦାନ କରାଯାଇଛି । ଏଥିସହିତ ବିଦ୍ୟାଳୟରେ ଅଧ୍ୟୟନରତ ଶିଶୁମାନଙ୍କ ମଧ୍ୟରେ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ କରାଯାଇଛି । ବିଶେଷ ଭାବରେ ଉପାନ୍ତ ଅଞ୍ଚଳ ରହିଥିବା ବିଦ୍ୟାଳୟମାନଙ୍କରେ ମଧ୍ୟ ଆଜି ବର୍ଣ୍ଣବୋଧ ବଣ୍ଟନ ଉସôବ ପାଳିତ ହୋଇଛି ।ଆଜି ବିଦ୍ୟାଳୟମାନଙ୍କରେ ଆୟୋଜିତ ହୋଇଥିବା ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ ଉସôବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଓଡ଼ିଆ ପକ୍ଷ ପାଳନର ଏହି ମହାପର୍ବରେ ସାମିଲ ହୋଇଥିଲେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିମାପଡା ସ୍ଥିତ ସାଇଁସ ଶାସନ ପଞ୍ଚାୟତର ଏସ୍ଏସ୍ପି ଉଚ୍ଚ ବିଦ୍ୟାଳୟରେ ଶିଶୁମାନଙ୍କୁ ବର୍ଣ୍ଣବୋଧ ପୁସ୍ତକ ବାଣ୍ଟିଥିଲେ । ସେହିପରି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ଜିଲ୍ଲା ସ୍ଥିତ ଉମରକୋଟ ଭାଲୁଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବର୍ଣ୍ଣବୋଧ ଉସôବରେ ଯୋଗଦେଇଥିଲେ । ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ଆଜି ନୀଳଗିରିଠାରେ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ ଉସôବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବର୍ଣ୍ଣବୋଧ ବହି ବାଣ୍ଟିଥିଲେ ।