୨୬ ନୂଆ ରାଫେଲ କିଣିବ ଭାରତ

ଭାରତ-ପାକିସ୍ତାନ ଟେନସନ ଭିତରେ ପ୍ରତିରକ୍ଷା କ୍ଷେତ୍ରରେ ବଡ ଡିଲ । ଭାରତୀୟ ନୌସେନାରେ ସାମିଲ ହେଲା ୨୬ ନୂଆ ରାଫେଲ । ୨୬ ନୂଆ ରାଫେଲ କିଣିବା ଫ୍ରାନ୍ସ ସହ ଫାଇନାଲ ଚୁକ୍ତି କରିଛି ଭାରତ । ୬୩ ହଜାର କୋଟି ଟଙ୍କାର ଏହି ଡିଲ ଭାରତୀୟ ନୌସେନାକୁ ଆହୁରି ମଜଭୁତ କରିବ । ଏଥିରେ ୨୨ଟି ସିଣ୍ଡିଲ ସିଟର ରାଫେଲ-ଏମ- ଜେଟ୍ ଏବଂ ୪ ଟି ଡବଲ ସିଟର ଟ୍ରେନର ଯୁଦ୍ଧବିମାନ ରହିଛି । ଭାରତର ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ଏବଂ ଫ୍ରାନ୍ସ ରାଷ୍ଟ୍ରଦୂତଙ୍କ ଉପସ୍ଥିତିରେ ଚୁକ୍ତି ସ୍ବାକ୍ଷର ହୋଇଛି ।
ଯୁଦ୍ଧବିମାନ ପରିବହନକାରୀ ଯୁଦ୍ଧଜାହାଜ ଆଇଏନସ୍ ବିକ୍ରମାଦିତ୍ୟ ଏବଂ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏସଏସ ବିକ୍ରାନ୍ତରେ ସାମିଲ ହେବ । ଏହି ଚୁକ୍ତି ଅନୁଯାୟୀ ଯୁଦ୍ଧବିମାନର ମରାମତି, ଚାଳକଙ୍କୁ ପ୍ରଶିକ୍ଷଣ, କିଛି ପାର୍ଟସର ଘରୋଇ ନିର୍ମାଣ ମଧ୍ୟ କରାଯିବ । ଏହା ଭିତରେ ଗତକାଲି ଆରବ ସାଗରରେ ନୌସେନା ପକ୍ଷରୁ ଆଇଏନଏସ୍ ସୁରଟରୁ ଆଣ୍ଟି ସିପ୍ ମିସାଇଲ ପରୀକ୍ଷଣ ହୋଇଛି ।