ଅକ୍ଟୋବର ୧୨ରେ ଓସିଏସ୍‌ ପ୍ରିଲିମ୍‌

ଅକ୍ଟୋବର ୧୨ରେ ଓସିଏସ୍‌ ପ୍ରିଲିମ୍‌

ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ୍‌ (ଓସିଏସ୍‌) ପ୍ରିଲିମିନାରି ପରୀକ୍ଷା-୨୦୨୪ ପାଇଁ ଟାଇମ ଟେବୁଲ ଜାରି। ଅକ୍ଟୋବର ୧୨ତାରିଖରେ ପ୍ରିଲିମ୍‌ ପରୀକ୍ଷା ହେବ। ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଜୟପୁର ଓ ସମ୍ବଲପୁରକୁ ଜୋନ୍‌ ହୋଇଛି । ଅକ୍ଟୋବର ୪ ତାରିଖରୁ ଓପିଏସ୍‌ସି ଓ୍ବେବ୍‌ସାଇଟରୁ ପରୀକ୍ଷାର୍ଥୀମାନେ ଆଡମିଟ୍‌କାର୍ଡ ଡାଉନଲୋଡ୍‌ କରିପାରିବେ। ଦୁଇଟି ସିଟିଂରେ ପରୀକ୍ଷା କରାଯିବ। ପ୍ରଥମ ପତ୍ର ୧୦ଟା ରୁ ୧୨ଟା ପର୍ଯ୍ୟନ୍ତ ଥିବାବେଳେ ଦ୍ୱିତୀୟ ପତ୍ର ଅପରାହ୍ନ ୧ଟା ୩୦ ରୁ ୩ଟା ୩୦ ପର୍ଯ୍ୟନ୍ତ ରହିଛି।