ନୂଆ ସର୍ଭେରେ ଏମାନେ ହେବେ ସାମିଲ
ଭୁବନେଶ୍ୱର: ପିଏମ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ସାମିଲ ପାଇଁ ସର୍ଭେ ଆରମ୍ଭ ହୋଇଯାଇଛି। ପୁରୀରୁ ସର୍ଭେର ଶୁଭାରମ୍ଭ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ମନ୍ତ୍ରୀ ଅର୍ଜୁନସିଂପୁରକୁ ଯାଇ ୫ଟି ଘରକୁ ତାଲିକାରେ ଯୋଡ଼ିଛନ୍ତି। ଏଥିସହ କିପରି ଆବାସ ପ୍ଲସ ମୋବାଇଲ ଆପ୍ ଦ୍ବାରା କରି ହେବ ତାହା ଜଣାଇଛନ୍ତି। ମନ୍ତ୍ରୀ କହିଛନ୍ତି, ଯୋଗ୍ୟତାର ମାନ କୋହଳ କରାଯାଇଛି । ରେଫ୍ରିଜରେଟର, ୨ ଚକିଆ ଯାନ, ଲ୍ୟାଣ୍ଡଲାଇନ ଥିଲେ ପ୍ରତିବନ୍ଧକ ନାହିଁ। ମାସିକ ୧୫ ହଜାରରୁ କମ ଆୟ ପରିବାର ସାମିଲ ହୋଇପାରିବେ। ନିଜ ମୋବାଇଲରେ ଆବାସ ପ୍ଲସ ଆପ୍ରେ ଜଣାଇବାକୁ ଅପିଲ କରିଛନ୍ତି ମନ୍ତ୍ରୀ।
ମନ୍ତ୍ରୀ ରବି ନାଏକ କିପରି ଆବାସ ପ୍ଲସ୍ ମୋବାଇଲ୍ ଆପ୍ ଦ୍ଵାରା କରିହେବ ତାହା ଜଣାଇଛନ୍ତି। ଏହାସହ ଯୋଗ୍ୟତାର ମାନ କୋହଳ କରାଯାଇଛି ବୋଲି କହିଛନ୍ତି।
ସୂଚନାନୁଯାୟୀ, ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରାଯାଇଛି। ସର୍ଭେ ଦୁଇମାସ ପର୍ୟ୍ୟନ୍ତ ଚାଲିବ। ଆବସ ଆବେଦନ ନିୟମରେ କିଛିଟା କୋହଳ କରାଯାଇଛି। ଫ୍ରିଜ୍ ଓ ଦୁଇ ଚକିଆ ଥିଲେ ବି ପ୍ରଧାନମନ୍ତ୍ରୀ ଆବାସ ଘର ପାଇବା ପାଇଁ ଆବେଦନ କରିପାରିବେ। ଏହା ସହ ମାସିକ ୧୦ ହଜାର ନୁହେଁ ୧୫ ହଜାର ଆୟ ଥିଲେ ବି ଆବାସ ପାଇଁ ଯୋଗ୍ୟ ହୋଇପାରିବେ। ଆବାସ ପାଇଁ ଉଭୟ ଅନଲାଇନ ଏବଂ ଅଫଲାଇନରେ ହିତାଧିକାରୀ ଆବେଦନ କରିପାରିବେ। କେହି ବି ଆବାସ ଯୋଜନାରୁ ବାଦ୍ ପଡ଼ିବେ ନାହିଁ। ବାପାଠୁ ଭିନ୍ନ ହୋଇଥିବା ପୁଅ ଆବେଦନ କରିପାରିବ। ସ୍ଵାମୀ ଠାରୁ ଅଲଗା ହୋଇଥିବା ମହିଳା ଆବେଦନ କରିପାରିବେ। ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକ ପୁଣି ଥରେ ନୂଆ ଆବେଦନ କରିବାକୁ ପଡ଼ିବ। ତେବେ ୨ ମାସ ମଧ୍ୟରେ ସର୍ଭେ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର।