୭୨ୟୁନିଟ ରକ୍ତ ସଂଗ୍ରହ
କଟକ : ସ୍ଥାନୀୟ ସେଭେନଷ୍ଟାର କ୍ଲବ ଦ୍ୱାରା ଆୟୋଜିତ ନବଘନ ଜେନାଙ୍କ ଜନ୍ମ ଶତବାର୍ଷିକୀରେ ଏକମାସ ବ୍ୟାପୀ ଚାଲିଥିବା ସ୍ୱାସ୍ଥ୍ୟ ଶିବିର ଅନ୍ତିମ ପର୍ଯ୍ୟାୟରେ ଶାନ୍ତିନଗର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୭୨ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କ୍ଲବ ସଂପାଦକ ସଂପଦ ବେହେରାଙ୍କ ନେତୃତ୍ୱରେ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ବାରାବାଟୀ କଟକ ବିଧାୟିକା ସୋଫିଆ ଫିଦେ୍ର୍ଦାଷ, କର୍ପୋରେଟର ଗଗନ ଓଝା, ସ୍ଥାନୀୟ କର୍ପୋରେଟର ପ୍ରଦୀପ ସାହୁ ଓ ପଦ୍ମିନୀ ସାହୁ, ଆଇନଜୀବୀ ପ୍ରମୋଦ ସାହୁ ପ୍ରମୁଖ ରକ୍ତଦାନ ଶିବିରରେ ଯୋଗଦାନ କରି ରକ୍ତଦାତାଙ୍କୁ ଉସôାହିତ କରିଥିଲେ । ଅପରାହ୍ନରେ ଆୟୋଜିତ ଏକ ସାଧାରଣ ବୈଠକରେ ସମସ୍ତ ପର୍ଯ୍ୟାୟ ସ୍ୱାସ୍ଥ୍ୟ ଶିବିରରେ ଅଂଶ ଗ୍ରହଣ କରିଥିବା ସମସ୍ତ ଚିକିତ୍ସକ ଓ ତାଙ୍କ ଟିମ ଏବଂ ପ୍ରବନ୍ଧ ଓ ଚିତ୍ରାଙ୍କନରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।