ଅକ୍ଷୟ ତୃତୀୟା ପର୍ବର ଅନୁଚିନ୍ତା

ବୈଶାଖମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଦିବସ ଭାବେ ଓଡ଼ିଶାରେ ପାଳନ କରାଯାଏ । ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଏହି ଦିବସ ନାନା ଭାବରେ ତାତ୍ପର୍ଯ୍ୟପୂର୍ଣ୍ଣ । ଏହି ଦିନରେ ବର୍ଷର ପ୍ରଥମ କୃଷି ପର୍ବ ପାଳିତ ହୁଏ । କୃଷକମାନେ ମାନେ ବିହନ ବୁଣିବା ଆରମ୍ଭ କରନ୍ତି । ଏହାକୁ ଅକ୍ଷିମୁଠି ଚାଳନା କୁହାଯାଏ । ଓଡ଼ିଶାର ଶତକଡ଼ା ୮୬ ଭାଗ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି ଓ ଏମାନେ ପ୍ରାୟ ସମସ୍ତେ କୃଷି ଉପରେ ନିର୍ଭରଶୀଳ । ତେଣୁ ଏହି ଲୋକଙ୍କ ପାଇଁ ଅକ୍ଷୟ ତୃତୀୟା ହେଉଛି ବର୍ଷର ପ୍ରଥମ କୃଷିପର୍ବ । ଏହି ପର୍ବରେ ପ୍ରତ୍ୟେକ କୃଷକ ପରିବାରରେ ଆନନ୍ଦ ଉସôବ ଦେଖାଯାଏ । କୃଷକ ଗୃହିଣୀ ପର୍ବ ପାଳନ ପାଇଁ ଘରଦ୍ୱାରକୁ ଲିପା ପୋଛା କରନ୍ତି । କୋଠଘରେ ଚିତା ପକାନ୍ତି । ବିହନ ଟୋକେଇକୁ ଧୋଇ ସେଥିରେ ଚିତା ଲେଖନ୍ତି । ପରିବାର ପାଇଁ ପିଠାପଣା ବା ନାନା ପ୍ରକାର ଖାଦ୍ୟ ପ୍ରସ୍ତୁତ କରନ୍ତି । କୃଷକ ମାହେନ୍ଦ୍ର ବା ଅମୃତ ବେଳାରେ ହଳ, ବିହନ, ଭୋଗସାମଗ୍ରୀ, ଫୁଲ ଓ ଧୂପଦୀପ ନେଇ ନିଜର ଅକ୍ଷି ମୁଠି କିଆରିରେ ବସୁମାତାଙ୍କୁ ପୂଜା କରି କୃଷକ ବିହନ ବୁଣା ଆରମ୍ଭ କରେ ଓ ବିଲକୁ ଚଷି ବିହନକୁ ମାଟିରେ ଘୋଡ଼ାଇ ଦିଏ । ଅକ୍ଷି ମୁଠିର ଅର୍ଥ - ଅନୁକୂଳ ବା ପ୍ରଥମ ଥର ପାଇଁ ବୁଣାଯାଉଥିବା ଧାନ ମୁଠା ଅକ୍ଷୟ ହେଉ, ଅର୍ଥାତ୍ କୋ÷ଣସି ପରିସ୍ଥିତିରେ ଏହାର କ୍ଷୟ ନ ଘଟୁ । ସେହିପରି ପ୍ରତି କୃଷକର ଅକ୍ଷି ମୁଠି ଚାଳନା ପାଇଁ ଏକ ସ୍ୱତନ୍ତ୍ର କିଆରି ଥାଏ । ଏହି କିଆରୀରେ ପ୍ରତିବର୍ଷ ବସୁମାତାଙ୍କୁ ପୂଜା କରି କୃଷକ ବିହନ ବୁଣା ଆରମ୍ଭକରେ । ଏହାକୁ ଅକ୍ଷିମୁଠି କିଆରି କୁହାଯାଏ । କୋ÷ଣସି ପରିସ୍ଥିତିରେ ଏହି କିଆରିକୁ କୃଷକ ବିକ୍ରି କରେ ନାହିଁ । ଏହାକୁ ବିକ୍ରି କଲେ ଲକ୍ଷ୍ମୀଛଡ଼ା ହୋଇଯାଏ ବୋଲି କୃଷକ ମନରେ ନୈରାଶ୍ୟ ଦେଖାଯାଏ । ବିହନ ବୁଣା ହେବାପରେ ବସୁମାତାଙ୍କ ଉଦେ୍ଦଶ୍ୟରେ ହୋଇଥିବା ଭୋଗୁ ପିଲାଙ୍କ ମଧ୍ୟରେ ବଣ୍ଟାଯାଏ ଓ କୃଷକ ପରିବାରରେ ସେ ଦିନ ଭଲ ଖାଦ୍ୟ ଖାଇ ଆନନ୍ଦ ଉସôବ କରାଯାଏ ।
ଏହି ଦିନଠାରୁ ଶ୍ରୀଜଗନ୍ନାଥଙ୍କର ଚନ୍ଦନ ଯାତ୍ରା ଆରମ୍ଭ ହୁଏ । ପୁରୀରେ ଚନ୍ଦନଯାତ୍ରା ନରେନ୍ଦ୍ର ପୋଖରୀରେ ଅନୁଷ୍ଠିତ ହୁଏ । ଶ୍ରୀମନ୍ଦିରରୁ ତିନି ଠାକୁର ପଟୁଆର କରି ନାବକ୍ରୀଡ଼ା ଉଦେ୍ଦଶ୍ୟରେ ନରେନ୍ଦ୍ର ପୋଖରୀକୁ ଆସନ୍ତି । ସେଠାରେ ହଜାର ହଜାର ଭକ୍ତ ଉପସ୍ଥିତ ରହି ଏହି ଦିବ୍ୟ ଉସôବକୁ ଉପଭୋଗ କରନ୍ତି । ଏହି ନାବ କ୍ରୀଡ଼ା ୨୧ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଅଷ୍ଟମୀ ଦିନ ଶେଷ ହୁଏ ଓ ଠାକୁରମାନେ ପୂର୍ବପରି ପଟୁଆର ସହ ଶ୍ରୀ ମନ୍ଦିରକୁ ଫେରି ଆସନ୍ତି । ପୁରୀ ଛଡ଼ା ଓଡ଼ିଶାର ଅନେକ ସ୍ଥାନରେ ଚନ୍ଦନ ଯାତ୍ରା ମଧ୍ୟ ଅନୁଷ୍ଠିତ ହୁଏ ।
ଅକ୍ଷୟ ତୃତୀୟା ଦିନଠାରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ ହୁଏ । ଏହି ଦିନ ତିନି ଠାକୁରଙ୍କ ନିକଟରୁ ରଥ ନିର୍ମାଣ ପାଇଁ ଆଜ୍ଞାମାଳ ଆସେ । ତିନି ଜଣ ପୂଜାପଣ୍ଡା ତିନି ଠାକୁରଙ୍କ ଶ୍ରୀ ଅଙ୍ଗରୁ ମାଳ ଆଣି ତିନିରଥ ନିର୍ମାଣର ଦାୟିତ୍ୱରେ ଥିବା ତିନି ମହାରଣାଙ୍କୁ ପ୍ରଦାନ କରନ୍ତି । ଉପବାସରେ ରହି ମହାରଣାମାନେ ସେ ଦିନ ଆଜ୍ଞାମାଳ ଗ୍ରହଣ କରନ୍ତି । ତା’ ପରେ କାଠ ଉପରେ ନଡ଼ିଆ ଭାଙ୍ଗି ନୂଆ କୁରାଢ଼ିରେ ଅନୁକୂଳ କରି ଚୋଟ ଦିଅନ୍ତି । ଏହି ସମୟରେ ଶ୍ରୀମନ୍ଦିର ତରଫରୁ ରଥ ନିର୍ମାଣ ପାଇଁ ନିଯୁକ୍ତ ବଢ଼େଇ, ଭୋଇ, ରୂପକାର, ଚିତ୍ରକାର ଆଦିଙ୍କ ମୁଣ୍ଡରେ ଶାଢ଼ି ବନ୍ଧାଯାଏ ଓ ଏହାପରେ ରଥ ତିଆରି କାର୍ଯ୍ୟ ଆରମ୍ଭ ହୁଏ । ଏହି ଦୃଶ୍ୟଗୁଡ଼ିକ ଅତିବ ମନୋମୁଗ୍ଧକର ଓ ଆଧ୍ୟାତ୍ମିକ ଭାବଧାରାରେ ପରିପୂର୍ଣ୍ଣ । ଓଡ଼ିଶାର ଯେଉଁ ସ୍ଥାନମାନଙ୍କରେ ରଥ ନିର୍ମାଣ କରାଯାଏ, ସେ ଦିନ ଏହିପରି ବିଧି ବ୍ୟବସ୍ଥା ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ । ପୋ÷ରାଣିକ ତଥ୍ୟ ଅନୁସାରେ ଏହି ଦିନରେ ସତ୍ୟଯୁଗ ଆରମ୍ଭ ହୋଇଥିଲା । ସ୍ୱର୍ଗରୁ ଦେବତାମାନେ ଆସି ପୃଥିବୀରେ ବୀଜବପନ କରିଥିଲେ । ସ୍ୱୟଂ ଇନ୍ଦ୍ରଜମିକୁ କର୍ଷଣ କରିବା ପାଇଁ ହଳ ଧରିଥିଲେ । ଏହି କର୍ଷଣ ଓ ବୀଜ ବପନର ଉଦେ୍ଦଶ୍ୟ ଥିଲା- ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟ ଜୀବମାନଙ୍କ କ୍ଷୁଧା ନିବାରଣ ପାଇଁ ଖାଦ୍ୟ ଉତ୍ପାଦନର ଧାରା ପ୍ରବର୍ତ୍ତନ କରିବା । ସେହିଦନଠାରୁ ଏପର୍ଯ୍ୟନ୍ତ ପୃଥିବୀରେ ଜମି କର୍ଷଣ କରିବା ପାଇଁ ହଳ ଧରିଥିଲେ । ଏହି କର୍ଷଣ ଓ ବୀଜବପନର ଉଦେ୍ଦଶ୍ୟ ଥିଲା - ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ଜୀବ ମାନଙ୍କ କ୍ଷୁଧା ନିବାରଣ ପାଇଁ ଖାଦ୍ୟ ଉତ୍ପାଦନର ଧାରା ପ୍ରବର୍ତ୍ତନ କରିବା । ସେହିଦିନଠାରୁ ଏପର୍ଯ୍ୟନ୍ତ ପୃଥିବୀରେ ଜମି କର୍ଷଣ ଓ ବୀଜବପନ ପ୍ରକ୍ରିୟା ରହିଅଛି । ଏହି ପ୍ରକି୍ରୟା ଅକ୍ଷୟ ହୋଇଥିବାରୁ ଏହାକୁ ଅକ୍ଷୟ ତୃତୀୟା କୁହାଯାଏ । ଅକ୍ଷୟ ତୃତୀୟା ଦିବସଟି ଓଡ଼ିଶାବାସୀଙ୍କ ପାଇଁ ଏକ ଶୁଭ ଦିବସ । ଏହି ଦିବସରେ କୂପ ଖନନ, ଗୃହ ନିର୍ମାଣ, ମନ୍ଦିର ନିର୍ମାଣ ଇତ୍ୟାଦି ପାଇଁ ଶୁଭ ଦିଆଯାଏ ବା ନିର୍ମାଣ ଶେଷ ହୋଇଥିଲେ ପ୍ରତିଷ୍ଠା କରାଯାଏ । ବିବାହ ପାଇଁ ସମ୍ବନ୍ଧ ସ୍ଥାପନ, ବ୍ୟବସାୟ ଆରମ୍ଭ, ଦୂର ଦେଶକୁ ଯାତ୍ରା, ବିଦ୍ୟାରମ୍ଭ ଇତ୍ୟାଦି ଅନେକ କାର୍ଯ୍ୟକୁ ଭବିଷ୍ୟତରେ ଶୁଭଦେବା ପାଇଁ ଏହି ଦିନ କରାଯାଏ ।
ଅକ୍ଷୟ ତୃତୀୟା ଦିନ ଧାନ ବୁଣା ଆରମ୍ଭକରି ପ୍ରଥମ କୃଷିପର୍ବ ପାଳନ କରିବାର ବୈଜ୍ଞାନିକ କାରଣ ହେଲା - ଓଡ଼ିଶାରେ ମୋ÷ସୁମୀ ବାୟୁ ବର୍ଷା ଆଷାଢ଼ ମାସ ଆରମ୍ଭରୁ ଅର୍ଥାତ୍ ରଜପରଠାରୁ ହୋଇଥାଏ । ଏହି ବର୍ଷା ହେଲେ ଗହୀର ଓ ପାଟ ଜମିରେ ପାଣି ଜମିଯାଏ । ତେଣୁ ଏଭଳି ଜମିରେ ଆଉ ଧାନ ବୁଣାଯାଇ ପାରେନାହିଁ । ଅଧିକ ପାଣି ଜମି ଯାଉଥିବାରୁ ତଳି ପ୍ରସ୍ତୁତ କରି ରୋଇବା ମଧ୍ୟ ସମ୍ଭବ ହୁଏ ନାହିଁ । ତେଣୁ ମୋ÷ସୁମୀ ବାୟୁଜନିତ ବର୍ଷା ଆରମ୍ଭ ହେବା ପୂର୍ବରୁ ଏଭଳି ଜମିରେ ବିହନ ବୁଣା କାମକୁ ଯେକୋ÷ଣସିମତେ ଶେଷ କରିବାକୁ ପଡ଼େ । ମାଘ ମାସର ଶେଷ ବା ଫାଲଗୁନ ମାସରେ ଯେଉଁ ଅସିରିକିଆ ବର୍ଷା ହୁଏ, ସେଥିରେ ଏହି ଜମିକୁ ଚାଷ କରାଯାଏ । ଅକ୍ଷୟ ତୃତୀୟାଠାରୁ ରଜ ପର୍ଯ୍ୟନ୍ତ ଦିନଗୁଡ଼ିକରେ ଏହି ଜମିରେ ଧାନ ବୁଣାଯାଏ । ଖରାରେ ଜମିର ମାଟି ତାତି ତାତି ରହିଥାଏ । ଏଥିରେ ପ୍ରାକ୍ ମୋ÷ସୁମୀବାୟୁ ଜନିତ ବର୍ଷାପାଣି ପଡ଼ିବା ଯୋଗୁଁ ମାଟିରୁ ଯବକ୍ଷାରଜାନ ବାହାରେ । ଏହି ଯବକ୍ଷାରଜାନକୁ ଗ୍ରହଣକରି ଧାନଗଛ ଖୁବ୍ ଶୀଘ୍ର ବଢ଼େ ଓ କଳା ଛନଛନ ହୁଏ । ବର୍ଷା ଅଧିକ ହେଲେ ମାଟିରୁ ଯବକ୍ଷାରଜାନ ବାହାରିବା ହ୍ରାସ ପାଏ । ମୋ÷ସୁମୀ ବାୟୁଜନିତ ବର୍ଷା ପୁରା ଦମରେ ଲାଗି ରହିଲେ, ଏହି ଜମିରେ ପାଣି ଲାଗେ । ତେଣୁ ବୁଣାଧାନକୁ ବେଉଷଣ କରାଯାଏ । ଏହିସବୁ ଦୃଷ୍ଟି କୋଣରୁ ଅକ୍ଷୟ ତୃତୀୟା ଦିନଠାରୁ ଦାନ ବୁଣା ଆରମ୍ଭ କରି ରଜ ପୂର୍ବରୁ ଶେଷ କରିବା ଉଭୟ ତାତ୍ତ୍ୱିକ ଓ ବୈଜ୍ଞାନିକ ଦୃଷ୍ଟି କୋଣରୁ ଯଥାର୍ଥ ବୋଲି ବିଚାର କରାଯାଏ । ଅକ୍ଷୟ ତୃତୀୟା ଦିବସଟିକୁ ଓଡ଼ିଶା ସରକାର କୃଷକ ଦିବସ ରୂପେ ଅନେକ ବର୍ଷ ହେଲା ପାଳନ କରି ଆସୁଛନ୍ତି । ଏହି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ସଭା ସମିତି କରାଯାଇ କୃଷକମାନଙ୍କୁ ନୂଆ ନୂଆ ବିହନ, ସାର, କୃଷି ଯନ୍ତ୍ରପାତି ଇତ୍ୟାଦି ସଂପର୍କରେ ଅବଗତ କରାଯାଉଅଛି । ସେମାନଙ୍କୁ ଉନ୍ନତ ପ୍ରଣାଳୀର କୃଷି ଅବଲମ୍ବନ କରିବା ପାଇଁ ପ୍ରୋସôାହନ ଦିଆଯାଉଅଛି । ସଫଳତା ଅର୍ଜନ କରିଥିବା ଚାଷୀମାନଙ୍କୁ ପୁରଷ୍କୃତ କରାଯାଉଛି ଇତ୍ୟାଦି, ମାତ୍ର ଏସବୁ କାର୍ଯ୍ୟ ନୀତି ନିୟମ ଦୃଷ୍ଟିରୁ କରାଯିବା କଥା ବୋଲି କରାଯାଉଅଛି, କିନ୍ତୁ ଏଥିରେ ବିଶେଷ ଆଗ୍ରହ, ନିଷ୍ଠା ବା ଦକ୍ଷତା ନାହିଁ । ଏହା ଥିଲେ - ସମଗ୍ର ଭାରତ ବର୍ଷରେ ଓଡ଼ିଶା ଆଜି ଏକ ଅନୁନ୍ନତ ରାଜ୍ୟ ଭାବରେ ରହି ନଥାଆନ୍ତା । ଏହି ରାଜ୍ୟରେ ଉତ୍ତରରେ ପଶ୍ଚିମ ବଙ୍ଗ ଓ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ କୃଷି ଉତ୍ପାଦନ କ୍ଷେତ୍ରରେ ଅଭୂତପୂର୍ବ ଉନ୍ନତି କରିଥିବା ବେଳେ, ମଝିରେ ଓଡ଼ିଶା କାହିଁକି ଏକ ଦରିଦ୍ର ରାଜ୍ୟ ଭାବେ ପଡ଼ିଥାଆନ୍ତା ? ଆମର ଉର୍ବର ଜମିଅଛି । ଜଳସେଚନ ପାଇଁ ଭୂପୃଷ୍ଠ ଓ ଭୂତଳ ଜଳ ଯଥେଷ୍ଟ ପରିମାଣରେ ରହିଅଛି । ଅନୁକୂଳ ଜଳବାୟୁ ଅଛି ଓ ପରିଶ୍ରମୀ କୃଷକ ଅଛନ୍ତି । ମାତ୍ର ଆମେ ଆଜି ରାତି ପାହିଲେ ଭିକ୍ଷାଥାଳ ଧରି ଭିକ୍ଷା କରୁଛୁ । ଏମିତି ଅବସ୍ଥା ଆମର କେତେ ଦିନ ରହିବ ?
“ପ୍ରଜାପାଳି ସୁଖେ ବାବୁ ଭୋଗକର ରାଜ୍ୟ
ପ୍ରଜା କଲ୍ୟାଣେ ରାଜାର ବଢ଼ଇ ଐଶ୍ୱର୍ଯ୍ୟ ।
କୃଷି କର୍ମ କରି ପ୍ରଜା ଯଦି ହୁଏ ଦୁଃଖି
ସେମାନଙ୍କୁ ପାଳି ରାଜା ହୋଇବ ବି ସୁଖି?” ।
ଆଜି ଆମର ଠିକ୍ ଏଇ ଅବସ୍ଥା ଘଟିଛି । କୃଷି ଓ କୃଷକଙ୍କୁ ଅବହେଳା କରାଯାଉଥିବାରୁ, ସେମାନଙ୍କ ନିଃଶ୍ୱାସରେ କୋ÷ଣସି ସରକାର ତିଷ୍ଠି ପାରୁନାହାନ୍ତି । ଆମକୁ ମନେ ରଖିବାକୁ ହେବ, ସେହି ନିରୀହ କୃଷକଙ୍କ ପାଟି ଫିଟୁ ନାହିଁ । ସେମାନେ ଅସଂଗଠିତ, ମାତ୍ର ସେମାନଙ୍କର ଦୀର୍ଘଶ୍ୱାସ ଠିକ୍ ନାଗ ସାପର ନିଃଶ୍ୱାସ ଭଳି । ରାଜ୍ୟର କିଛି କୃଷକଙ୍କର ଘର ନାହିଁ, ଖାଇବାକୁ ଦାନା ନାହିଁ, ଚାଷ କରିବାକୁ ହଳେ ବଳଦ ନାହିଁ । ଘରେ ବିହନ ନାହିଁ, ଦିହରେ ବଳ ନାର୍ହି । ଏହି ନାହିଁ ନାହିଁ ମଧ୍ୟରେ ସେମାନେ ଚାଷକରି ଆମପାଇଁ ଖାଦ୍ୟଶସ୍ୟ ଉତ୍ପାଦନ କରିବେ କେମିତି ?
ଯେଉଁ ଦିବସକୁ ସରକାର କୃଷକ ଦିବସ ଭାବରେ ପାଳନ କରୁଛନ୍ତି, ସେହି ଦିବସରେ ଅବହେଳିତ କୃଷକଙ୍କ ସୁରକ୍ଷା ଉଦେ୍ଦଶ୍ୟରେ ସରକାର କେତେକ ସର୍ବନିମ୍ନ କାର୍ଯ୍ୟ ସଂପାଦନ କରିବା ପାଇଁ ସଂକଳ୍ପ କରନ୍ତୁ । ସବୁ କୃଷକଙ୍କୁ ଆବଶ୍ୟକତା ଅନୁସାରେ ଯଥାଶୀଘ୍ର ବିହନ ଯୋଗାଇ ଦିଆଯାଉ । ବିହନ ଅଭାବରେ କୋ÷ଣସି ଜମି ପଡ଼ିଆ ରହିବ ନାହିଁ । ପ୍ରତ୍ୟେକ ପଞ୍ଚାୟତରେ ବିହନ, ସାର, କୀଟନାଶକ ଔଷଧ ବିକ୍ରୟ କେନ୍ଦ୍ର ଖୋଲାଯାଉ । ଗ୍ରାମ୍ୟ କୃଷି କର୍ମଚାରୀ, କୃଷି ସଂପ୍ରସାରଣ ଅଧିକାରୀ, କୃଷି ବିଶେଷଜ୍ଞମାନେ ଗାଁକୁ ଗାଁ ବୁଲି କୃଷକ ମାନଙ୍କ ସହିତ ପ୍ରତ୍ୟେକ୍ଷ ସଂପର୍କ ରଖନ୍ତୁ । ସେମାନଙ୍କୁ ଅତ୍ୟାଧୁନିକ କୃଷି ପ୍ରଣାଳୀ ସଂପର୍କରେ ଅବଗତ କରାନ୍ତୁ । ନୂଆ ପ୍ରଣାଳୀରେ ଚାଷକରି ଅଧିକ ଉତ୍ପାଦନ କରିବାକୁ ସାହାଯ୍ୟ ଓ ସହଯୋଗ କରନ୍ତୁ । ଯେଉଁ କୃଷକମାନଙ୍କର ବଳଦ ନ ଥିବ, ସେମାନଙ୍କର ଫସଲ ଚାଷପାଇଁ ସ୍ଥାନୀୟ କୃଷି ଅଫିସରଙ୍କ ସୁପାରିଶ ଅନୁସାରେ ସରକାର ଟ୍ରାକଟର ବା ପାୱାରଟିଲର ଯେତିକି ସମୟ ଆବଶ୍ୟକ, ସେତିକି ସମୟ ପାଇଁ ଯୋଗାଇ ଦିଅନ୍ତୁ । ସଂପୃକ୍ତ କୃଷକଙ୍କୁ ଋଣ ଆକାରରେ ଯଥାଶୀଘ୍ର ବଳଦ ଯୋଗାଇ ଦିଆଯାଉ । ଫଳଗଛ ଓ ଜାଳେଣୀ କାଠର ଗଛ ରୋପଣ ପାଇଁ ପ୍ରତ୍ୟେକ ଗ୍ରାମରେ ବିନାମୂଲ୍ୟରେ ଚାରା ବିତରଣ କରାଯାଉ । ପ୍ରତ୍ୟେକ କୃଷକ ଯେପରି ଆସନ୍ତା ବର୍ଷା ଋତୁରେ ଖୁବ୍ କମ୍ରେ ଦଶଟି ଚାରା ରୋପଣ କରିବେ ସେଗୁଡ଼ିକର ଯନô ନିଆଯାଉ । ସେଥିପ୍ରତି ସ୍ଥାନୀୟ କୃଷି କର୍ମଚାରୀ ଦୃଷ୍ଟି ଦେବେ । ଯେଉଁମାନେ ଚଳିତ ବର୍ଷ ନେଇଥିବା ଚାରାଗଛକୁ ବଞ୍ଚାଇ ରଖିବେ, ସେମାନଙ୍କୁ ଆସନ୍ତା ବର୍ଷ ମଧ୍ୟ ଦଶଟି ଚାରାଗଛ ବିନା ମୂଲ୍ୟରେ ଦିଆଯିବ ।
ସମସ୍ତ ପୁଷ୍କରିଣୀ, କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ଯୋଜନାଗୁଡ଼ିକର ବନ୍ଧବାଡ଼ ଓ କେନାଲ ବନ୍ଧମାନ ଆସନ୍ତା ବର୍ଷାଋତୁ ପୂର୍ବରୁ ମରାମତି ହେଉ । ଯେପରିକି ମରୁଡ଼ିର ମୁକାବିଲା ପାଇଁ ଜଳ ଯୋଗାଣ ତ୍ୱରାନ୍ୱିତ ହୋଇପାରିବ । ଗୋ ସଂପଦର ବିକାଶ ପାଇଁ କୃତି୍ରମ ପ୍ରଜନନ ଓ ଘାସ ଚାଷ କରିବା ଦିଗରେ କୃଷକମାନଙ୍କୁ ସବୁ ପ୍ରକାରର ସାହାଯ୍ୟ ଓ ସହଯୋଗ କରାଯାଉ । ଏ ବର୍ଷର ଫସଲ ଉତ୍ପାଦନ ପାଇଁ କୃଷକମାନଙ୍କୁ ଆବଶ୍ୟକ ହେଉଥିବା ଋଣ ଯୋଗାଇ ଦିଆଯାଉ । ଏହି କାର୍ଯ୍ୟଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ ସଂପାଦନ ପାଇଁ ସରକାର ଦୃଢ଼ ପରିକର ହେଲେ ଗ୍ରାମାଞ୍ଚଳର ବହୁ କୃଷକ ପରିବାର ବଞ୍ଚôଯିବେ । ତେଣୁ ସରକାର ବର୍ତ୍ତମାନଠାରୁ ଏହି କାର୍ଯ୍ୟଗୁଡ଼ିକ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ, ଅକ୍ଷୟ ତୃତୀୟା ଦିବସର ସଂକଳ୍ପ କେତେଦୂର କାର୍ଯ୍ୟକାରୀ ହେବ, ତାହା ଭବିଷ୍ୟତ ହିଁ କହିବ ।
ସଦସ୍ୟ, ଓଡ଼ିଶା ବିଜ୍ଞାନ ଏକାଡେମୀ,ଭୁବନେଶ୍ୱର
ମୋ.: ୯୪୩୭୩୭୬୯୬୭