ଭାରତୀୟ ସଂସ୍କୃତିରେ ଗୁରୁଶିଷ୍ୟ ପରମ୍ପରା
ପ୍ରଦୀପ୍ତ କୁମାର ଜେନା :  ଗୁରୁ ଏକ ସଂସ୍କୃତ ଶବ୍ଦ ଓ ଏହି ଶବ୍ଦ ଅତି ପ୍ରାଚୀନ କାଳରୁ, ଏପରିକି ବୈଦିକ ଯୁଗରୁ ଚଳି ଆସୁଅଛି । ଯେଉଁ ମହାନୁଭବ ପଣ୍ଡିତ, ସାଧୁସନ୍ଥ ମଣିଷକୁ ଅଜ୍ଞାନ ରୂପକ ଅନ୍ଧାକାର ଭିତରୁ ଆଲୋକକୁ ନେଇଥାନ୍ତି ବା ମଣିଷ ଜୀବନର ସାମଗ୍ରିକ ପାଇଁ ମାର୍ଗଦର୍ଶନ କରାଇବା ସହିତ ମୋକ୍ଷ ପ୍ରାପ୍ତିର ଉପାୟ ବତାଇଥା’ନ୍ତି ସେହିମାନେ ହିଁ ପ୍ରକୃତ ଗୁରୁ । ସେଥିପାଇଁ କୁହାଯାଇଛି ‘ଓଁ ଅଜ୍ଞାନ ତିମିରାମ ଧସ୍ୟ ଜ୍ଞାନାମ୍ଜନ ଶଳା କୟା, ଚକ୍ଷୁରୁମଳିତମ୍ ଜେନ ତସ୍ମୈ ଶ୍ରୀ ଗୁରବେ ନମଃ ।’ ଜଣେ ବ୍ୟକ୍ତି ଜ୍ଞାନ ଅର୍ଜନ କରିବା ସହିତ ସଫଳତାର ସୋପାନ ଅତିକ୍ରମ କରିବା ପାଇଁ ହେଲେ ପ୍ରତ୍ୟେକ କ୍ଷେତ୍ରରେ, ଏପରିକି ନୃତ୍ୟ, ସଂଗୀତ, ଯୋଗ ବିଦ୍ୟା ଆଦିରେ ଜଣେ ଜଣେ ସଫଳ ଗୁରୁଙ୍କ ଆବଶ୍ୟକତା ପଡ଼ିଥାଏ ।
ବିନା ଗୁରୁରେ କୌଣସି କାର୍ଯ୍ୟ ସମ୍ଭବ ନୁହେଁ । ଏଙ୍କକ୍ସଙ୍କ ସଗ୍ଦ ବ ଜ୍ଞରଦ୍ଭଗ୍ଧକ୍ଟକ୍ସ, ଶଙ୍କସୟର, ରଙ୍ଘକ୍ଟ୍ରରକ୍ସଗ୍ଧ କ୍ଟକ୍ସ ଜ୍ଞବଗ୍ଦଗ୍ଧରକ୍ସ କ୍ଟଲ ମରକ୍ସଗ୍ଧବସଦ୍ଭ ଳଦ୍ଭକ୍ଟଙ୍ଗକ୍ଷରୟଶର କ୍ଟଲ ଲସରକ୍ଷୟ, ଙ୍ଗଷକ୍ଟ ଷରକ୍ଷକ୍ଟ୍ରଗ୍ଦ ସଦ୍ଭ ଗ୍ଧଷର ଗ୍ଦକ୍ଟ୍ରସକ୍ସସଗ୍ଧଙ୍କବକ୍ଷ ରଙ୍ଖକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭ ବଦ୍ଭୟ ୟସଗ୍ଦକ୍ଟ୍ରରକ୍ସଗ୍ଦର ଗ୍ଧଷର ୟବକ୍ସଳଦ୍ଭରଗ୍ଦଗ୍ଦ କ୍ଟଲ ସଶଦ୍ଭକ୍ଟକ୍ସବଦ୍ଭମର କ୍ଟଲ ବ ଗ୍ଦଗ୍ଧଙ୍କୟରଦ୍ଭଗ୍ଧ. ଆମ ଶାସ୍ତ୍ରରେ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ସହିତ ତୁଳନା କରାଯାଇଛି । ପିଲାଟିଏ ଭୂମିଷ୍ଠ ହେବାପରେ ସେ କିଛି ଜାଣିନଥାଏ, ଏପରିକି କଥା କହିବା, ଚାଲିବା, ଖାଇବା ଇତ୍ୟାଦି । ପିଲାଟିର ପିତା ମାତା ତାକୁ ଖାଇବା, ଚାଲିବା, କଥା କହିବା ଆଦି ଶିକ୍ଷା ଦେଇଥା’ନ୍ତି । ସେଥିପାଇଁ ପିତା ମାତା ପିଲାଟିର ଆଦ୍ୟଗୁରୁ । ପ୍ରାଚୀନ କାଳରେ ପିଲାଟି ଯେତେବେଳେ ବଡ଼ ହେଇଯାଏ, ପାଠ ପଢ଼ିବାର ବୟସ ଉପନୀତ ହୁଏ ତା’ର ପିତାମାତା ତାକୁ ନେଇ ଗୁରୁକୁଳରେ ଛାଡି ଦେଇ ଆସୁଥିଲେ । ସେହି ଆଶ୍ରମରେ ପିଲାଟି ବୈଷୟିକ ବିଦ୍ୟା ପଢିବା ସହିତ ଆଧ୍ୟାତ୍ମିକ ବିଦ୍ୟା ପାଠ କରୁଥିଲା ।  ମୁଖ୍ୟତଃ ବ୍ରାହ୍ମଣମାନେ ଗୁରୁକୁଳଗୁଡିକୁ ଚଳାଉଥିଲେ । ଆଜିର ଇଂରାଜୀ ବିଦ୍ୟାଳୟର ଶିକ୍ଷକ ଓ ସେଦିନର ଗୁରୁକୁଳର ଗୁରୁ ଭିତରେ ପାର୍ଥକ୍ୟ ପରିଲକ୍ଷିତ ହୁଏ । ଆଜିର ଇଂରାଜୀ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଗୁରୁ କୁହାଯାଉନି; କାରଣ ଏମାନେ ଛାତ୍ରମାନଙ୍କୁ କେବଳ ବୈଷୟିକ ବିଦ୍ୟାଶିକ୍ଷା ଦେଇଥା’ନ୍ତି । କିନ୍ତୁ ଗୁରୁକୁଳରେ ଉଭୟ ବୈଷୟିକ ଓ ଆଧ୍ୟାତ୍ମିକ ଶିକ୍ଷା ଦିଆଯାଉଥିବାରୁ ସେମାନଙ୍କୁ ଗୁରୁ କୁହାଯାଇଥାଏ । ସ୍କନ୍ଦ ପୁରାଣରେ ସାତ ପ୍ରକାର ଗୁରୁଙ୍କ କଥା ବର୍ଣ୍ଣନା କରାଯାଇଛି । ସେମାନେ ହେଲେ ସୂଚକ ଗୁରୁ, ବାଚକ ଗୁରୁ, ବୌଦ୍ଧିକ ଗୁରୁ, ନିଷିଦ୍ଧ ଗୁରୁ, ବିହିତ ଗୁରୁ, କାମାକ୍ଷା ଗୁରୁ ଏବଂ ପରମ ଗୁରୁ । ବିଦ୍ୟାଳୟଗୁଡିକରେ ଯେଉଁ ଗୁରୁମାନେ ବିଦ୍ୟାଦାନ କରୁଛନ୍ତି ସେମାନଙ୍କୁ ସୂଚକ ଗୁରୁ କୁହାଯାଏ, ଯେଉଁ ଗୁରୁ ଛାତ୍ରଙ୍କୁ ଇଶ୍ୱରୀୟ ଜ୍ଞାନ ପ୍ରଦାନ କରନ୍ତି ସେମାନଙ୍କୁ ବାଚକ ଗୁରୁ ଓ ଯେଉଁ ଗୁରୁ ଛାତ୍ରମାନଙ୍କୁ ଆଧ୍ୟାତ୍ମିକ ବିଦ୍ୟା ସମ୍ପର୍କରେ ସଚେତନ କରାନ୍ତି ସେମାନଙ୍କୁ ବୌଦ୍ଧିକ ଗୁରୁ ବୋଲି କୁହାଯାଏ । ଯେଉଁମାନେ ତନ୍ତ୍ର ବିଦ୍ୟା ପ୍ରଦାନ କରନ୍ତି ସେମାନଙ୍କୁ ନିଷିଦ୍ଧ ଗୁରୁ ଓ ଯେଉଁ ଗୁରୁ ମାନେ ଆଧ୍ୟାତ୍ମିକ ବିଦ୍ୟାରେ ଆଗକୁ ଯିବାକୁ ପ୍ରେରଣା ଦିଅନ୍ତି ସେମାନଙ୍କୁ ବିହିତ ଗୁରୁ କୁହାଯାଉଥିବା ବେଳେ ଯେଉଁ ଗୁରୁମାନେ ସଂସାରର ସମସ୍ତ ଭୋଗ୍ୟ ବିଷୟକୁ ପରିହାର କରି ସନ୍ନ୍ୟାସୀ ହେବାକୁ ଉପଦେଶ ଦିଅନ୍ତି ସେମାନଙ୍କୁ କାମାକ୍ଷା ଗୁରୁ କୁହାଯାଏ । ଗୁରୁଙ୍କ ଗୁରୁଙ୍କୁ ପରମ ଗୁରୁ କୁହାଯାଇଥାଏ । ପରମ ଗୁରୁଙ୍କ ଗୁରୁଙ୍କୁ ପରମେଷ୍ଟି ଗୁରୁ କୁହାଯାଇଥାଏ । ପରମେଷ୍ଟି ଗୁରୁଙ୍କୁ ଷସଶଷ କ୍ଷରଙ୍ଖରକ୍ଷ ୟସଙ୍ଖସଦ୍ଭର ଗୁରୁ କୁହାଯାଏ । ବ୍ୟାସଦେବଙ୍କୁ ପରମେଷ୍ଟି ଗୁରୁ କୁହାଯାଏ ।
ଗୁରୁ ଶିଷ୍ୟ ପରମ୍ପରା ଭାରତୀୟ ସଂସ୍କୃତିର ପରିଚୟ ଓ ଅତି ପ୍ରାଚୀନ । ଭାରତରେ ଗୁରୁ ପୂର୍ଣ୍ଣମୀ ତିଥିକୁ ଅତି ଶ୍ରଦ୍ଧାର ସହିତ ପାଳନ କରାଯାଏ । କୁହାଯାଏ ୧୫ ହଜାର ବର୍ଷ ପୂର୍ବରୁ ଭଗବାନ ଶିବ ଶଙ୍କର ତପସ୍ୟାରେ ସିଦ୍ଧି ଲାଭ କରି ଖୁସିରେ ହିମାଳୟ ପର୍ବତରେ ଉଦ୍ଦଣ୍ଡ ନୃତ୍ୟ କରୁଥିଲେ । ଭଗବାନଙ୍କ ଏହି ରୂପକୁ ଦର୍ଶନ କରି ସପ୍ତଋଷି ବୃହସ୍ପତି, ମହେନ୍ଦ୍ର, ପ୍ରଚେତସ, ମନୁ, ଭରଦ୍ୱାଜ ପ୍ରଭୃତି ଏହି ନୃତ୍ୟର ରହସ୍ୟ ଜାଣିବାକୁ ପ୍ରଭୁଙ୍କ ନିକଟକୁ ଗଲେ । କିନ୍ତୁ ଭଗବାନ ପୁନର୍ବାର ଧ୍ୟାନମଗ୍ନ ହୋଇଯିବା ଫଳରେ ଋଷିମଣ୍ଡଳୀ କୌଣସି ଉତ୍ତର ପାଇପାରିଲେ ନାହିଁ, କିନ୍ତୁ ଅପେକ୍ଷା କଲେ । କିଛି ବର୍ଷପରେ ପୁଣି ଯେତେବେଳେ ପ୍ରଭୁ ଆଖି ଖୋଲିଲେ ସେ ସପ୍ତଋଷିମାନଙ୍କୁ ଦେଖିଲେ, ହେଲେ ଏଥର ମଧ୍ୟ ଋଷିମାନେ ନିରାଶ ହେଲେ, ଉତ୍ତର ପାଇପାରିଲେ ନାହିଁ । ପୁନର୍ବାର ପ୍ରଭୁ ସମାଧି ଅବସ୍ଥାକୁ ଚାଲିଗଲେ ଓ ପୁଣି କିଛି ବର୍ଷ ପରେ ପ୍ରଭୁ ଯେତେବେଳେ ସମାଧି ଅବସ୍ଥାରୁ ବାହାରକୁ ଆସିଲେ ଦେଖିଲେ ଋଷିମନେ ନିଷ୍ଠା ଓ ଧେର୍ଯ୍ୟର ସହିତ ପ୍ରଶ୍ନର ଉତ୍ତର ପାଇଁ ଅପେକ୍ଷା କରିଛନ୍ତି । ପ୍ରଭୁ ସେମାନଙ୍କ ନିଷ୍ଠା ଓ ସଂକଳ୍ପରେ ପ୍ରଭାବିତ ହୋଇ ପରବର୍ତ୍ତୀ ପୂର୍ଣ୍ଣମୀ ତିଥିରେ ସେହି ଋଷିମାନଙ୍କୁ ନିଜର ଶିଷ୍ୟ ଭାବରେ ଗ୍ରହଣ କରିନେଲେ । ସେହି ପୂର୍ଣ୍ଣମୀକୁ ଗୁରୁ ପୂର୍ଣ୍ଣମୀ ଭାବେ ପାଳନ କରାଯାଉଛି । ସେହିଦିନଠାରୁ ଶିବ ଆଦିଗୁରୁ ଭାବେ ଆମ ସଂସ୍କୃତିରେ ପୂଜା ପାଇ ଆସୁଛନ୍ତି । ପରାଶର ନନ୍ଦନ ବ୍ୟାସଦେବଙ୍କ ଜନ୍ମ ଗୁରୁ ପୂର୍ଣ୍ଣମୀରେ ହୋଇଥିବାରୁ ଏହାକୁ ମଧ୍ୟ ବ୍ୟାସ ପୂର୍ଣ୍ଣମୀ କୁହାଯାଇଥାଏ । ଭଗବାନ ଶିବ ଶଙ୍କର ପରେ ବ୍ୟାସଦେବଙ୍କୁ ମଧ୍ୟ ଆଦିଗୁରୁ ଭାବେ ସମ୍ମାନ ଦିଆଯାଏ । ବ୍ରହ୍ମଦେବଙ୍କ ଦ୍ୱାରା ସୃଷ୍ଟ ବେଦକୁ ବ୍ୟାସଦେବ ଯଥା–ଋକ, ଯଜୁ, ସାମ ଓ ଅଥର୍ବ ଏଇ ଭଳି ଚାରି ଭାଗରେ ବିଭକ୍ତ କରି ପ୍ରଥମେ ଲୋକଲୋଚନକୁ ଆଣିଥିଲେ । ବେଦ ହିଁ ଭାରତୀୟ ସଂସ୍କୃତିର ମୂଳଗ୍ରନ୍ଥ । ଏତଦବ୍ୟତୀତ ବ୍ୟାସଦେବ ଅଷ୍ଟାଦଶ ପୁରାଣ ଓ ଅଷ୍ଟାଦଶ ଉପପୁରାଣ ରଚନା କରି ଭାରତରେ ପୁରାଣ ପରମ୍ପରା ସୃଷ୍ଟି କରିଥିଲେ । ଏ ସମସ୍ତ ପୁରାଣ ଓ ଉପପୁରାଣ ମଧ୍ୟରେ ଭାଗବତମ୍ ଥିଲା ତାଙ୍କର ସର୍ବଶ୍ରେଷ୍ଠ କୃତି, ଯାହାକୁ ତାଙ୍କର ପୁତ୍ର ଶୁକଦେବ ମୁନି ପରବର୍ତ୍ତୀ ସମୟରେ ପ୍ରଚାର କରିଥିଲେ । ବ୍ୟାସଦେବ ଭଗବାନଙ୍କ ଅଂଶାବତାର ଥିଲେ, ସେଥିପାଇଁ କୁହାଯାଏ ‘ବ୍ୟସାୟ ବିଷ୍ଣୁ ରୂପାୟ ବ୍ୟାସ ରୂପାୟ ବିଷ୍ଣୋବେ’ । ସୃଷ୍ଟି ଆରମ୍ଭରେ ବୃହସ୍ପତି ଦେବତାମାନଙ୍କ ଗୁରୁ ଥିବା ବେଳେ, ଶୁକ୍ରାଚାର୍ଯ୍ୟ ଅସୁର ମାନଙ୍କ ଗୁରୁ ଥିଲେ ଓ ଏହି ଦୁଇଜଣ ଶିବ ଶଙ୍କରଙ୍କର ମଧ୍ୟ ଶିଷ୍ୟ ଥିଲେ ।
ଅତୀତରେ ସନାତନ ସଂସ୍କୃତିରେ, ଏପରିକି ବୈଦିକ କାଳରୁ ଅର୍ଥାତ ଖ୍ରୀଷ୍ଟପୂର୍ବ ୫୦୦୦ ବର୍ଷ ପୂର୍ବରୁ ବର୍ଣ୍ଣ ବ୍ୟବସ୍ଥା ପ୍ରଚଳିତ ଥିଲା । ପିଲାଟିର ଯେତେବେଳେ ବିଦ୍ୟା ଗ୍ରହଣ କରିବାର ବୟସ ଉପନୀତ ହେଉଥିଲା ତା’ର ପିତାମାତା ତାକୁ ନେଇ ଗୁରୁ ଆଶ୍ରମରେ ଛାଡି ଦେଉଥିଲେ । ଗୁରୁଙ୍କ ଆଶ୍ରମରେ ପିଲାଟି ପ୍ରାପ୍ତବୟସ୍କ ଅର୍ଥାତ ୨୪/୨୫ ବର୍ଷ ପର୍ଯ୍ୟନ୍ତ ରହି ଗୁରୁଙ୍କଠାରୁ ବୈଷୟିକ ବିଦ୍ୟା ସହିତ ଆଧ୍ୟାତ୍ମିକ ବିଦ୍ୟା ଓ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରି ଏକ ସୁନାଗରିକ ଭାବେ ସମାଜରେ ଉଭା ହେଉଥିଲା । ଏହି ବ୍ୟବସ୍ଥାର ନାଁ ଥିଲା ବ୍ରହ୍ମଚର୍ଯ୍ୟ ପ୍ରଥା । ପିଲାଟିଏ ଗୁରୁ ଗୃହରେ ପହଞ୍ଚôବା ପରେ ପ୍ରଥମେ ତା’ର ଉପନୟନ ସଂସ୍କାର କରାଯାଇ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବାକୁ କୁହାଯାଉଥିଲା । ଗୁରୁ ଶିଷ୍ୟମାନଙ୍କୁ ନିଜ ପୁତ୍ର ଭଳି ସ୍ନେହ ଓ ଶ୍ରଦ୍ଧା ପୂର୍ବକ ବିଦ୍ୟାଦାନ କରୁଥିଲେ ଓ ଛାତ୍ରମନେ ଗୁରୁଙ୍କ ସେବା ଅତି ଯତ୍ନ ଓ ଭକ୍ତିର ସହିତ କରୁଥିଲେ । ପ୍ରାତଃ ମୁହୂର୍ତ୍ତରୁ ପିଲାମାନେ ଶଯ୍ୟା ତ୍ୟାଗ କରି ନିକଟସ୍ଥ ନଦୀ କିମ୍ବା ଜଳାଶୟରେ ସ୍ନାନ କରି ସୂର୍ଯ୍ୟ ବନ୍ଦନା କରୁଥିଲେ ଓ ଏହାପରେ ଦିନ ପ୍ରାୟ ୧୧ଟା ପର୍ଯ୍ୟନ୍ତ ପାଠ ପଢ଼ାରେ ମନୋନିବେଶ କରି ୧୧ଟା ପରେ ଭିକ୍ଷାଟନକୁ ଯାଇ ଯାହା ଆଣୁଥିଲେ ସେଥିରୁ କିଛି ଖାଦ୍ୟ ଖାଇ ପୁନର୍ବାର ପାଠ ପଢୁଥିଲେ । ପାଠ ସନ୍ଧ୍ୟା ପର୍ଯ୍ୟନ୍ତ ପଢି ସାରିବା ପରେ ସନ୍ଧ୍ୟା ବନ୍ଦନା କରି ପ୍ରସାଦ ସେବନ କରି ବିଶ୍ରାମ କରୁଥିଲେ । ଏ ଥିଲା ପ୍ରତ୍ୟେକ ଦିନର ଜୀବନଚର୍ଯ୍ୟା । ଗୁରୁ ଗୃହରେ ପ୍ରାୟ ୧୮/୨୦ଟି ବିଷୟ ଉପରେ ଯଥା–ବେଦ, ବେଦାନ୍ତ, ବ୍ୟାକରଣ, ଇତିହାସ, ଗଣିତ, ଜ୍ୟୋତିଷ ଶାସ୍ତ୍ର, ଶିଳ୍ପକଳା, ଅର୍ଥ ଶାସ୍ତ୍ର, ଧର୍ନୁବିଦ୍ୟା, ଦର୍ଶନ, ଆର୍ୟୁବେଦ, ଯୋଗ, ରାଜନୀତି ବିଜ୍ଞାନ, ଜ୍ୟୋତିଷ ଗଣିତ, ରାମାୟଣ, ମହାଭାରତ ଆଦି ପିଲାମାନଙ୍କୁ ଶିକ୍ଷା ଦିଆଯାଉଥିଲା । ଏହି ଆଶ୍ରମମାନଙ୍କରେ ବିଦେଶରୁ ମଧ୍ୟ ପିଲାମାନେ ଆସି ବିଦ୍ୟା ଶିକ୍ଷା କରୁଥିଲେ । ଏହି ଆଶ୍ରମରୁ ଶିକ୍ଷା ଲାଭ କରି ଶ୍ରୀରାମଚନ୍ଦ୍ର ଭଗବାନ, କୃଷ୍ଣ, ଚନ୍ଦ୍ରଗୁପ୍ତ, ଚାଣକ୍ୟ, ପତଞ୍ଜଳି, ପାଣିନୀ ଭଳି ବିଦ୍ୱାନମନେ ନିଜର ଜ୍ଞାନାଲୋକରେ ସମଗ୍ର ପୃଥିବୀକୁ ଆଲୋକିତ କରିପାରିଥିଲେ ।(କ୍ରମଶଃ)
      ଅବସରପ୍ରାପ୍ତ ପୋଲିସ୍ ଅଫିସର୍
ମୋ: ୮୨୪୯୨୮୧୫୬୭                        
 
 Rasmita Behera
                                    Rasmita Behera                                 
    
             
    
 
    
 
    
 
    
 
 
 
