କଂଗ୍ରେସର ଜନସମ୍ପର୍କ ସମାବେଶ

ବନ୍ତ,: କଂଗ୍ରେସ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ବଦଳାଇ ରାଜ୍ୟରେ ଶାସକ ଦଳ ବିକାଶ ନାଁ'ରେ ଲୋକଙ୍କୁ ଠକୁଛନ୍ତି । କଂଗ୍ରେସ ସରକାର ସମୟରେ ଭଣ୍ଡାରିପୋଖରୀ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରି ·ଲିଥିଲା ବେଳେ ନବୀନ ସରକାର ସମୟରେ ଭଦ୍ରକ ଜିଲ୍ଲା ତଥା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ ବ୍ୟବସ୍ଥା, ଶିଳ୍ପ କ୍ଷେତ୍ରରେ ପଛରେ ପଡ଼ିଛି ବେକାରୀ ସମସ୍ୟା ବୃଦ୍ଧି ପାଇଛି । କଂଗ୍ରେସ କ୍ଷମତାକୁ ଆସିଲେ ବିକାଶ ହେବ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଶାସକ ଦଳର ୨୫ ବର୍ଷ ଶାସନରେ ଭଣ୍ଡାରିପୋଖରୀ ୫୦ ବର୍ଷ ତଳକୁ ·ଲିଯାଇଥିଲା ବେଳେ ପ୍ରଶାସନିକ ଅଧିକାରୀ, ଶାସକ ଦଳର କର୍ମୀମାନେ କାର୍ଯ୍ୟ କରୁଛନ୍ତି ବୋଲି ନିଳୋକ ମା' ବଉଳାଶୁଣୀ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଜନସମ୍ପର୍କ ସମାବେଶ ବରିଷ୍ଠ କଂଗ୍ରେସ ନେତା ତଥା ଭଣ୍ଡାରିପୋଖରୀ ବିଧାନସଭା ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।  ଶୋଷଣ, ନିର୍ଯାତନା ଓ ବେକାରୀ ଦୂରୀକରଣ ନିମନ୍ତେ ପଦକ୍ଷେପ ନେବାକୁ ହେଲେ ଚଳିତ ନିର୍ବାଚନରେ ମହିଳା, କୃଷକ ଓ ଯୁବଗୋଷ୍ଠୀର ଆଶୀର୍ବାଦ ନିହାତି ଆବଶ୍ୟକ ବୋଲି ସେ କହିଥିଲେ । କଂଗ୍ରେସର ପଞ୍ଚାୟତ ସଭାପତି ସନାତନ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ ବିଧାୟକ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ, କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ପଦ୍ମାକର ଗୁରୁ, ପ୍ରାକ୍ତନ ବିଧାୟକ ପଞ୍ଚାନନ ମଣ˜ଳ, ପ୍ରାକ୍ତନ ଜିଲ୍ଲା ସଭାପତି ସୁବ୍ରତ ଦାସ, ବନ୍ତ ବ୍ଳକ୍ କଂଗ୍ରେସ କମିଟି ସଭାପତି ରାଜକିଶୋର ସ୍ୱାଇଁ, ଯୁବନେତା ଲକି ମାଷ୍ଟର ସ୍ୱାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯୁବନେତା ଜ୍ୟୋତି ନାୟକ, ଇଂ ସୁଧାଂଶୁ ଶେଖର ନାୟକ, ସାଦ ସିଦ୍ଦିକ୍, ସୁଧାଂଶୁ ଶେଖର ପଣ୍ଡା, ସଂଗ୍ରାମ ଦାସଙ୍କ ସହ ପଞ୍ଚାୟତର ଯୁବ ଓ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।