ଅଗଷ୍ଟ ୨୭ରେ ଭାରତ ପ୍ରତିଭା ସମ୍ମାନ : କ୍ୟାପଟେନ ଦୁର୍ଯେ୍ୟାଧନ ପାଇବେ ଭାରତ ଗୌରବ ସମ୍ମାନ
କଟକ : ଭାରତ ମସଲା କଂପାନୀ ତା’ର ୨୬ବର୍ଷ ପୂର୍ତ୍ତି ଆସନ୍ତା ୨୭ ତାରିଖ ଗଣେଶ ଚତୁର୍ଥୀ ଦିନ ପାଳନ ହେବାକୁ ଯାଉଛି । ବାରଙ୍ଗ ରାମଦାସପୁର ସ୍ଥିତ ଭାରତ ମସଲା କଂପାନୀ ପରିସରରେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ନାଁକୁ ଦେଶ ବିଦେଶରେ ପ୍ରତିଷ୍ଠିତ କରାଇଥିବା ପ୍ରତିଭାମାନଙ୍କୁ ସେହିଦିନ ସମ୍ବର୍ଦ୍ଧିତ କରାଯିବ । କ୍ୟାପଟେନ ଦୁର୍ଯେ୍ୟାଧନ ମହାନ୍ତିଙ୍କୁ ଚଳିତ ବର୍ଷର ସମ୍ମାନଜନକ “ଭାରତ ଗୌରବ” ସମ୍ମାନ ପ୍ରଦାନ କରାଯିବ । ଏହାଛଡ଼ା ଡିଏଭି ସ୍କୁଲର ନିଦେ୍ର୍ଦଶକ ଡ କେଶବ ଚନ୍ଦ୍ର ଶତପଥିଙ୍କୁ ସେବା ଭାରତ ସମ୍ମାନ, ଅବସରପ୍ରାପ୍ତ ଆଇଏଏସ ଅରବିନ୍ଦ ବେହେରାଙ୍କୁ କଥାଭାରତ ସମ୍ମାନ, ଚଳଚ୍ଚିତ୍ର ନିର୍ମାତା ଓ ନିଦେ୍ର୍ଦଶକ ଡ ଶ୍ୱେତକୁମାର ଦାଶଙ୍କୁ ସଂସ୍କୃତି ଭାରତ ସମ୍ମାନ, କ୍ରୀଡ଼ାବିତ କିଶୋର ଜେନାଙ୍କୁ କ୍ରୀଡ଼ା ଭାରତ ସମ୍ମାନରେ ସମ୍ମାନୀତ କରାଯିବ ବୋଲି ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ ମସଲାର ପରିଚାଳନା ନିଦେ୍ର୍ଦଶକ ସୁଶାନ୍ତ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି । ଏହାଛଡ଼ା ଯୁକ୍ତ+୨ କଳା, ବାଣିଜ୍ୟ ଓ ବିଜ୍ଞାନ କ୍ଷେତ୍ରରେ ଯଥାକ୍ରମେ ଶୀର୍ଷ ସ୍ଥାନ ଅଧିକାର କରିଥିବା ପି୍ରୟଦର୍ଶିନୀ ଗଡ଼ନାୟକ, ଚିନ୍ମୟୀ ପ୍ରଧାନ ଓ ତପେସ୍ୱର ବାଗଙ୍କୁ ବିଦ୍ୟାଭାରତ ସମ୍ମାନରେ ସମ୍ମାନୀତ କରାଯିବ ବୋଲି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରୁଥିବା ଜୟ ଭାରତ ଫାଉଣ୍ଡେସନର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା ପ୍ରକାଶ କରିଛନ୍ତି । ଏସଏନ ମିଲେନିୟମଙ୍କ ତତ୍ତ୍ୱାବଧାନରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଭାରତ ମସଲାର ଜିଏମ ଅରୁଣ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିଦେ୍ର୍ଦଶକ ସୁମନ୍ତ ପଣ୍ଡା, ନିଦେ୍ର୍ଦଶକ ଶ୍ରୀମନ୍ତ ପଣ୍ଡା, ନିଦେ୍ର୍ଦଶକ ଦିଗନ୍ତ ପଣ୍ଡା, ଆଶୁତୋଷ ପଣ୍ଡା, ଜିଏମ ଅଶ୍ୱିନୀ ଦାସ ଓ ନବକୃଷ୍ଟ ପ୍ରଧାନ ଏବଂ ପିଆରଓ ଆଶିଷ ମନ୍ଥନ ପ୍ରମୁଖ ଉପସ୍ଥିତ ଥିଲେ ।