ଅଗ୍ନି ବିପନ୍ନଙ୍କୁ ସହାୟତା 

 ରାଜନଗର : ରାଜନଗର ବ୍ଲକ ମହୁଲିଆ ଗ୍ରାମରେ ବ୍ରଜବନ୍ଧୁ ପାତ୍ରଙ୍କ ଦୁଇ ବଖରା ଘର ଜଳି ଯାଇଥିଲା । ଖବରପାଇ ଏହି ବିପନ୍ନ ପରିବାରକୁ ଓଡ଼ିଶା ସାଇନ୍ ଫାଉଣ୍ଡେସନ ପକ୍ଷରୁ ନିହାର ରଞ୍ଜନ ବିଶ୍ୱାଳ, ତପନ ମହାନ୍ତି, ପ୍ରତାପ ନାୟକ, ଭିକାରୀ ବାଇ, ସର୍ବେଶ୍ୱର ମଲ୍ଲିକ, ନିମାଇଁଚରଣ ନାୟକ ସମବେଦନା ଜଣାଇବା ସହ ନଗଦ ୫ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।