ଓକିଲ ସଂଘ ନିର୍ବାଚନ  : ଶେଷ ଦିନରେ ନାମାଙ୍କନ ଭରିଲେ ୧୫ ପ୍ରାର୍ଥୀ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ନିର୍ବାଚନ ପାଇଁ ନାମାଙ୍କନ ପତ୍ରର ଶେଷ ଦିନ ଥିବାରୁ ୧୫ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ଏଥିରେ ସଭାପତି ଭାବେ ଗୋବର୍ନ୍ଧନ ରାଉତ, ରବି ନାରାୟଣ ମହାନ୍ତି, ଉପ ସଭାପତି ଭାବେ ଅନା ମହାନ୍ତି, ହାଡିବନ୍ଧୁ ସିଂହ, ସଂପାଦକ ଭାବେ ଅଜୟ କୁମାର ମହାନ୍ତି, ଅରକ୍ଷିତ ସୁଆର, ନୃସିଂହ ଚରଣ ରାଉତ, ଯୁଗ୍ମ ସଂପାଦକ ଭାବେ ବିନୋଦ କୁମାର ବେହେରା, ସହ ସଂପାଦକ ଭାବେ ମମତାମୟୀ ସାମଲ, କୋଷାଧ୍ୟକ୍ଷ ଭାବେ ବିଭୂତି ଭୂଷଣ କର, ଚୈତନ୍ୟ ଚରଣ ମଲିକ, ପରିଚାଳନା ପରିଷଦର ସଭ୍ୟ ଭାବେ (ପୁରୁଷ) ହରି ପ୍ରସାଦ କର, ମାନସ ରନ ଶତପଥୀ, (ମହିଳା) ରେଣୁବାଳା ସାମଲ, ସୈାଦାମିନୀ ଜେନା ପ୍ରମୁଖ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନିର୍ବାଚନ ଅଧିକାରୀ ଭାବେ ସଂଜୟ କୁମାର ପତ୍ରୀ, ସହକାରୀ ନିର୍ବାଚନ ଅଧିକାରୀ ଭାବେ କାର୍ତିକ ଚନ୍ଦ୍ର ତ୍ରିପାଠୀ, ଦିଲିପ ମହାନ୍ତି, ବିରଂଚି ପଟ୍ଟନାୟକ, ସୁଶୋଭନ ଜଗଦିଶ, ନୀଳମଣି ମହାନ୍ତି ପ୍ରମୁଖ ସହ ଯୋଗ କରିଥିଲେ ।