କୃଷି ବିଭାଗ ପକ୍ଷରୁ ଆର୍ଥôକ ଓ ସାମାଜିକ ସର୍ବେକ୍ଷଣ
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ଜିଲ୍ଲାର୨ଟି ବ୍ଲକ ଯଥା ରାଜନଗର ଓ ମହାକାଳପଡାର ତିନୋଟି ଗ୍ରାମରେ ଆର୍ଥôକ ଓ ସାମାଜିକ ସର୍ବେକ୍ଷଣ କରାଯାଇଥିଲା । ଏ ନେଇ ଏକ ବୈଠକ ଜିଲ୍ଲାପାଳ ସ୍ମୃତିରଂଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର, ଜିଲ୍ଲା ମୁଖ୍ୟ କୃଷିଧିକାରୀ କଲ୍ୟାଣ କୁମାର ରାଏ, ସମସ୍ତ ଜିଲ୍ଲାସ୍ତରୀୟ କୃଷି ଅନୁସାଙ୍ଗିକ ଅଧିକାରୀ ଉପସ୍ଥିତ ଥିଲେ । ଏତଦ୍ବ୍ୟତୀତ ଭିସି ମାଧ୍ୟମରେ ଆନ୍ତର୍ଜାତୀୟ ଖାଦ୍ୟ କୃଷି ସଂଗଠନର ବିଭାଗ ଅଧିକାରୀମାନଙ୍କ ସହିତ ଆଲୋଚନା କରାଯାଇଥିଲା । ଏଥିରେ ଆର୍ଥିକ ଓ ସାମାଜିକ ସର୍ବେକ୍ଷଣ କରାଯାଇଥିଲା । ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିନପାରି ଜୀବିକା ନିର୍ବାହ ନିମନ୍ତେ ଭିଟାମାଟି ଛାଡି ବାହାର ରାଜ୍ୟକୁ ପଳାୟନ କରୁଥିବା ପରିବାରଙ୍କୁ କିପରି ସାହାଯ୍ୟ ଓ ସହଯୋଗ ଯୋଗାଇ ତାଙ୍କୁ ପୁନର୍ବାର ଥଇଥାନ କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଛି । କୃଷି ପରାମର୍ଶ ଦାତା ରୁତୁମ୍ବରା ମିଶ୍ରଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।