ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

 ରାଜକନିକା : ରାଜକନିକା ଶୈଳେନ୍ଦ୍ର ନାରାୟଣ କଲେଜ +୩ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି । ବିଭାଗୀୟ ପ୍ରଫେସର କେଶବ ସେଠିଙ୍କ ସଭାପତିତ୍ୱ ଓ ଅଧ୍ୟାପକ ଦେବଦାସ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶରତ ଚନ୍ଦ୍ର ବାରିକ, ଡ. ମିଥିଳା ଦାସ, ଡ. ପ୍ରଦୀପ ଦାସ, ପ୍ରଫେସର କିଶୋର ଚନ୍ଦ୍ର ପ୍ରଧାନ, ପ୍ରଫେସର ଅନୁପ ମଲ୍ଲିକ, ଅବସରପ୍ରାପ୍ତ ପ୍ରାଧ୍ୟାପିକା ତୃପ୍ତି ରାଉତ, ଅଧ୍ୟାପକ ଅନିଲ ନାହାକ, ଅଧ୍ୟାପକ ସୁରଜ ତନ୍ତୀ, ଅଧ୍ୟାପକ ବିଶ୍ୱ ରଞ୍ଜନ ଦାସ, ଅଧ୍ୟାପକ ମନୋରଞ୍ଜନ ମଲ୍ଲିକଙ୍କ ସମେତ ଅନାନ୍ୟ ଅଧ୍ୟାପକ ଅଧ୍ୟାପିକା ଯୋଗଦେଇ ନିଜର ଅଭିଭାଷଣ ରଖିବା ସହ ବିଦାୟୀ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ ଶେଷ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ ।