ପଶ୍ଚିମବଙ୍ଗ ଖାଉଛି କେନ୍ଦ୍ରାପଡ଼ା କଙ୍କଡା: ବନବିଭାଗ ପୁଲିସ ଚୁପ୍

କେନ୍ଦ୍ରାପଡ଼ାରୁ ସ୍ୱତନ୍ତ୍ର ପ୍ରତିନିଧି ଉକôଳ କେଶରୀ ପାହାଡ଼ାସିଂହ : ଉପକୂଳିଆ ଜିଲ୍ଲା କେନ୍ଦ୍ରାପଡ଼ାର ମହାକାଳପଡ଼ା ଓ ରାଜନଗର ଅଞ୍ଚଳରେ ମିଳେ ପର୍ଯ୍ୟାପ୍ତ ପରିମାଣର ଦେଶୀ କଙ୍କଡା । ସ୍ଥାନୀୟ ଅଞ୍ଚଳରେ ଏହି କଙ୍କଡା ମାଢୁହା କଙ୍କଡା ନାମରେ ପରିଚିତ । ମହାକାଳପଡ଼ା ଅଞ୍ଚଳର ଜମ୍ବୁ , ଖରନାସି, ବତୀଘର, ରାମନଗର ଆଦି ଅଞ୍ଚଳରେ ଏହି କଙ୍କଡା ବହୁ ପରିମାଣର ଦେଖିବାକୁ ମିଳୁଥିବା ବେଳେ ଜିଲ୍ଲାର ରାଜନଗର ଅଞ୍ଚଳର ଗୁପ୍ତି, ଡ଼ାଙ୍ଗମାଳ, କାଠୁଆଗଣ୍ଡ ଓ ରାଜନଗର ବଜାର ଅଞ୍ଚଳରେ କଙ୍କଡା ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ । ଓଡ଼ିଶା ବଜାରରେ ମାଢ଼ୁହା କଙ୍କଡାର ଦର ଉଚ୍ଚ ରହିଥାଏ । ଏମିତିକି ଗୋଟିଏ ଗୋଟିଏ ମାଢ଼ୁହା କଙ୍କଡାର ଦାମ୍ ରହିଥାଏ ପନ୍ଦର ଶହ ରୁ ଦୁଇ ହଜାର ଟଙ୍କା ।
ସ୍ଥାନୀୟ ଅଞ୍ଚଳର ବଣୁଆ ମାଛ ଘେରି ମାନଙ୍କରେ ଏହି କଙ୍କଡାର ଯାଆଁଳ ଛଡ଼ାଯାଇ ଏହାକୁ ଉତ୍ପାଦନ କରାଯାଉଥିବା ବେଳେ ଜିଲ୍ଲାର ବିସ୍ତିର୍ଣ୍ଣ ମହାନଦୀ ଓ ସମୁଦ୍ରରେ ମସô୍ୟଜୀବୀଙ୍କ ଜାଲରେ ସମୟ ସମୟରେ ଧରା ଦିଅନ୍ତି ଏହି ମାଢୁଆ କଙ୍କଡା ।
କେନ୍ଦ୍ରାପଡ଼ା ଜିଲ୍ଲା ସହିତ ତମାମ ଓଡ଼ିଶାରେ ପର୍ଯ୍ୟାପ୍ତ  କିଣାବିକାରେ ଚାହିଦା କମ୍ ରହିବାରୁ ଏହି ମାଢୁହା କଙ୍କଡା ବଡ ପରିମାଣରେ ପ୍ରତିଦିନ ଯୋଗାଣ ହେଉଛି ପଶ୍ଚିମବଙ୍ଗ ବଜାରକୁ । ଏହି କଙ୍କଡା ବେପାର ଉଦେ୍ଦଶ୍ୟରେ ବାହାରକୁ ଚାଲାଣ ଉପରେ ପ୍ରାବନ୍ଧ ଥିଲେ ମଧ୍ୟ ସରକାରୀ କଟକଣାକୁ ବେଖାତିର କରି ଅନେକ ଅସାଧୁ ବ୍ୟବସାୟୀ କରୁଛନ୍ତି ଚୋରା ଚାଲାଣ । ପଶ୍ଚିମବଙ୍ଗ ଅଞ୍ଚଳରେ ଏହି କଙ୍କଡ଼ାର ଚାହିଦା ଅଧିକ ରହିଥିବା ହେତୁ କଙ୍କଡା ବ୍ୟବସାୟୀ ମାନେ ହେଉଛନ୍ତି ପଶ୍ଚିମବଙ୍ଗ ମୁହାଁ । ଭଲ ଦି ପଇସା ମୁନାଫା ପାଇବା ଓ ଆଶାରେ ଓ ଚଢ଼ା ଦର୍ରେ ବିକ୍ରି ହୋଇଯାଉଥିବାରୁ ଭାଙ୍ଗୁଛନ୍ତି ସରକାରୀ କାଇଦା କାନୁନ୍ । ଲୋକ ଦେଖାଣିଆ ଭାବେ ବନବିଭାଗ ଓ ପୁଲିସ୍ ପକ୍ଷରୁ ଥରେ ଅଧେ ନାମକୁ ମାତ୍ର ଧରପଗଡ କରି ଚୁପ୍ ବସୁଛନ୍ତି । ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ବଜାରକୁ ଚୋରା ଚାଲାଣ କରୁଥିବା ବ୍ୟବସାୟୀ ମାନେ କୁହନ୍ତି ଓଡ଼ିଶାରେ ମାଢୁହା କଙ୍କଡ଼ାର ଚାହିଦା ମୁତାବକ ଦାମ ମିଳୁନି ତେଣୁ ଆମେ ପହଞ୍ଚୁଛୁ ପଶ୍ଚିମବଙ୍ଗ ବଜାରରେ । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାଅଧିବାସୀଙ୍କ ଠାରୁ ମତମିଳେ ଯେ, ଯଦି ବିଭାଗ ତତ୍ପର ହୋଇ ପଶ୍ଚିମବଙ୍ଗକୁ ମାଢୁହ କଙ୍କଡା ଚୋରା ଚାଲାଣ ରୋକି ପାରନ୍ତା ତେବେ କେନ୍ଦ୍ରାପଡ଼ା ଜିଲ୍ଲାର କଙ୍କଡ଼ା ଓଡ଼ିଶାରେ ରୁହନ୍ତା ଓ ବଜାରରେ ପର୍ଯ୍ୟାପ୍ତ ପରିମାଣରେ ମିଳିବାର ବାଟ ଫିଟିଲେ ଓଡ଼ିଶା ଖାଉଟିଙ୍କୁ ସୁହାଇବା ଭଳି ଦାମ୍ ରେ ବଜାରରେ ଉପଲବ୍ଧ ହୋଇପାରନ୍ତା ।