ଅଙ୍ଗନୱାଡି ଦିଦିଙ୍କ ଉପରେ ମାଡ଼ିଗଲା ବସ୍
ଫୁଲବାଣୀ: କନ୍ଧମାଳ ଜିଲ୍ଲା ବେଲଘର ଥାନା ଉଷାବାଲି ନିକଟରେ ଅଙ୍ଗନୱାବାଡ଼ି ଦିଦିଙ୍କୁ ଏକ ସରକାରୀ ବସ୍ ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ଘଟିଛି । ମୃତ ଅଙ୍ଗନୱାଡ଼ି ହେଲେ ଉଷାବାଲି ଅଙ୍ଗନବାଡି କେନ୍ଦ୍ରର ସ୍ନେହଲତା ମଝିଆସେଟ (୪୦) । ଶନିବାର ପୂର୍ବାହ୍ନରେ ଏକ ସରକାରୀ ବସ ତାଙ୍କୁ ଧକ୍କା ଦେଇଥିଲା । ଓ.ଆର-୧୨-୭୦୨୭ ବସ୍ ବେଲଘରରୁ ଫୁଲବାଣୀ ଅଭିମୁଖେ ଯାଉଥିବା ସମୟରେ ଉସାବାଲି ଛକ ଠାରେ ଏହି ଦୁର୍ଘଟଣା ଘଟିଛି । ଅଙ୍ଗନବାଡି କର୍ମୀଙ୍କୁ ବସ୍?ଟି ଧକ୍କା ଦେଇ ଘଟଣାସ୍ଥଳରୁ ଚାଲି ଯାଉଥିବା ବେଳେ ସ୍ଥାନୀୟ ଲୋକ ବସ୍?ଟିକୁ ଅଟକାଇଥିଲେ । ଏ ନେଇ ତୁମୁଡିବନ୍ଧ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ତୁମୁଡିବନ୍ଧ ଆମ୍ବେଦକର ଛକ ନିକଟରେ ମୃତ ଦେହରଖି ମୃତକଙ୍କ ପରିବାର ଓ ସ୍ଥାନୀୟଲୋକେ, ଅଙ୍ଗନୱାଡ଼ୀ ସଂଘ ରାସ୍ତା ଅବରୋଧ କରିଛନ୍ତି । ତୁମୁଡିବନ୍ଧ ପୋଲିସ ଓ ବେଲଘର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ତୁମୁଡିବନ୍ଧରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ସୁନୀଲ ନାୟକ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୋକ କରିଥିବା ପରିବାର ଓ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଆନ୍ଦୋଳନ ନହଟିବାସହ ଜାରି ରହିଥିଲା । ଯଥାର୍ଥ ସମାଧାନ ସହ ଆବଶ୍ୟକୀୟ କ୍ଷତି ପୁରାଣ ସରକାର୍ ଙ୍କ ତରଫରୁ ଘୋଷିତ ନାହେବାଯାୟେ ଏହି ରାସ୍ତା ଅବରୋଧ ଜାରି ରହିବ ବୋଲି ଗ୍ରାମବାସୀ ମାନେ କହିଥିଲେ ।