ସାଦ୍ ସିଦ୍ଦିକ ଯୁବ କଂଗ୍ରେସ ସଭାପତି
ବନ୍ତ : ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ କଂଗ୍ରେସ ନେତା ରୁହୁଲ ଅମିନ ସିଦ୍ଦିକଙ୍କ ପୁଅ ଯୁବନେତା ସାଦ୍ ସିଦ୍ଦିକଙ୍କୁ ପୁଣି ଦ୍ୱିତୀୟ ଥର ପାଇଁ ଭଣ୍ଡାରୀପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଭାବେ ଘୋଷଣା କରାଯାଇଛି । ଏହି ଖବର ପ୍ରକାଶ ହେବା ପରେ ତାଙ୍କୁ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ନେତା, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନେତା ନିରଞ୍ଜନ ପଟ୍ଟନାୟକ ଯୁବ ମାନସର ପ୍ରତୀକ ନବଜ୍ୟୋତି ପଟ୍ଟନାୟକ, ବ୍ଲକ କଂଗ୍ରେସ ସଭାପତି ରାଜକିଶୋର ସ୍ୱାଇଁ, ବ୍ଲକ ସଭାପତି ରଜିନି ଚାନ୍ଦ, ପୂର୍ବତନ ସରପଞ୍ଚ ମୁସ୍ତାକ ଅଲ୍ଲୀ ଖାଁ, ଯୁବ ନେତା ଜ୍ୟୋତି ରଞ୍ଜନ ନାୟକ, ସନ୍ଦୀପ ଜେନା, ପବିତ୍ର ପୃଷ୍ଟି, ବିଜୟ ଶଙ୍କର ମହାନ୍ତି, ବିଶ୍ୱଜିତ୍ କର, ମହେଶ ଦାସ, ବିଜୟ ବାରିକ, ଗଦାଧର ପତି, ସମେତ ଦୁଇ ବ୍ଲକର ଅନେକ ଯୁବ ଛାତ୍ର ନେତୃତ୍ୱ, ବରିଷ୍ଠ ନେତୃବୃନ୍ଦ ଅଭିନନ୍ଦନ ଜଣାଇଛନ୍ତି । ସାଦ୍ ସିଦ୍ଦିକଙ୍କୁ ସଭାପତି ଭାବେ ନିଯୁକ୍ତି ପାଇଥିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ରାଷ୍ଟ୍ରୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡ୍ଗେ, ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଉଦୟ ଭାନୁ ଚିବ, ଯୁବ କଂଗ୍ରେସ ପ୍ରଭାରୀ ମୁକେଶ ଦେଶ ମୁଖ, ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ନବଜ୍ୟୋତି ପଟ୍ଟନାୟକ ପ୍ରମୁକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।