ଅଚଳ ପଡ଼ିଛି ଅମୃତ ଧାରା ; ପାଣି ପାଇଁ ହନ୍ତସନ୍ତ ଲୋକେ

ଅଚଳ ପଡ଼ିଛି ଅମୃତ ଧାରା ; ପାଣି ପାଇଁ ହନ୍ତସନ୍ତ ଲୋକେ

ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗ ଗ୍ରାମ ପଞ୍ଚାୟତରେ  ଅମୃତ ଧାରା ଅଚଳ ଥିବା ଦେଖିବାକୁ ମିଳିଛି । ଯାହାଫଳରେ ପାନୀୟ ଜଳର ଅଭାବ  ଦେଖାଦେଇଛି । ପିଇବା ପାଣି ପାଇଁ ଫରଙ୍ଗ ଗ୍ରାମବାସୀ ଏହା ଉପରେ ନିର୍ଭର କରୁଥିଲେ । ହେଲେ ଆଜକୁ ପନ୍ଦର ଦିନ ହେବ ଅମୃତ ଧାରା ଅଚଳ ଥିବାରୁ ଏ ଅଞ୍ଚଳର ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଏପଟେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ଲାଗି ରହିଥିବା ବେଳେ କାମରେ ଆସୁ ନ ଥିବା ଅମୃତ ଧାରାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି । ଏ ନେଇ ଗୋଲାମୁଣ୍ଡା ବିଡିଓ ଶ୍ରୀଧର ପଣ୍ଡାଙ୍କୁ ଫୋନ ଯୋଗେ ପଚାରିବାରୁ ଏକାମଟି ସ୍ଥାନୀୟ ସରପଞ୍ଚ ଓ ପିଇଓ କରିବା କଥା । ତଥାପି ଦିନେ ଦୁଇଦିନ ଭିତରେ ଅମୃତ ଧାରା ମରାମତି କରି ପାଣି ଯୋଗାଇ ଦିଆଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।