ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ବ୍ୟାପକ ପ୍ରସ୍ତୁତି 

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ବ୍ୟାପକ ପ୍ରସ୍ତୁତି 

ବିଶୋଇ : ଚଳିତ ମାସ ୧୩ ତାରିଖ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିଶୋଇ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଗୋଟିଏ ପ୍ରକଳ୍ପ, ପଞ୍ଚାୟତିରାଜ ପାନୀୟ ଜଳବିଭାଗର ୩୦ ଗୋଟି ପ୍ରକଳ୍ପ, ଅନୁସୂଚିତ ଜାତି ଏବଂ ଜନଜାତି ଉନ୍ନୟନ ସଂଖ୍ୟାଲଘୁ, ପଛୁଆ ବର୍ଗ ବିଭାଗର ୪ ଗୋଟି ପ୍ରକଳ୍ପ, ଜଳ ସମ୍ପଦ ବିଭାଗର ୧୦ ଗୋଟି ପ୍ରକଳ୍ପ, ପୂର୍ତ୍ତ ବିଭାଗର ୪ ଗୋଟି ପ୍ରକଳ୍ପ, ଗ୍ରାମ୍ୟ ଉନ୍ନୟନ ବିଭାଗର ୩ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ନେଇ ପିଡି (ଡିଆରଡିଏ) ଧର୍ମାନନ୍ଦ ବେହେରା ସୂଚନା ଦେଇଛନ୍ତି । ଏଥିରେ ହଜାର ହଜାର ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରାଯିବା ସହ ଲୋକେ ସଭାସ୍ଥଳକୁ ସୁରୁଖୁରୁରେ ଯେପରି ପହଞ୍ଚିପାରିବେ, ସେ ଦିଗରେ ମଧ୍ୟ ପ୍ରଶାସନ ସଜାଗ ରହିବ ବୋଲି ସେ ପ୍ରକାଶ କରିଛନ୍ତି  । ଏସପି, ପିଡି ଧର୍ମାନନ୍ଦ ବେହେରା, ବିଡ଼ିଓ ସାଗର ମୁର୍ମୁ, ତହସିଲଦାର ସତ୍ୟବାନ ନାୟକ, ସାଂସଦ ନବ ଚରଣ ମାଝୀ କାର୍ଯ୍ୟକ୍ରମସ୍ଥଳର ତଦାରଖ କରୁଥିବାବେଳେ ପ୍ରଶାସନ ସଭାସ୍ଥଳରୁ ଆରମ୍ଭ କରି ହେଲିପ୍ୟାଡ୍‌ ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତିକୁ ଗୁରୁତ୍ୱର ସହ ନେଇଛି ।