ଅଧିକାରୀ ଓ କର୍ମଚାରୀ ପିନ୍ଧିଲେ ପାରମ୍ପରିକ ପୋଷାକ

 ସମ୍ବଲପୁର : ଓଡ଼ିଶା ଦିବସରୁ ରାଜ୍ୟରେ ଓଡ଼ିଆ ନବବର୍ଷ ଯାଏଁ ପ୍ରଥମଥର କରି ପାଳନ ହେଉଥିବା ‘ଓଡ଼ିଆ ପକ୍ଷ ପରିପ୍ରେକ୍ଷୀରେ ଆଜି  ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳିତ ହୋଇଯାଇଛି । ସ୍ୱାଭିମାନ ଓ ପରିଚୟ ବହନ କରୁଥିବା ସ୍ୱଦେଶୀ ପାରମ୍ପରିକ ପୋଷାକର ପ୍ରଚାର ପ୍ରସାର ନିମନ୍ତେ ସମ୍ବଲପୁର ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ଅଞ୍ଚଳର ସମ୍ବଲପୁରୀ ପାରମ୍ପରିକ ପୋଷାକ ପରିଧାନ କରି ନିଜ ନିଜର କର୍ମକ୍ଷେତ୍ରକୁ ଓହ୍ଲାଇବା ସହ ନିଜ ମୋବାଇଲରେ ସେଲ୍ଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହିକ୍ରମରେ ଜିଲ୍ଲା ସମ୍ମିଳନୀ କକ୍ଷ ଠାରେ ପ୍ରଶାସନ ଦ୍ୱାରା ସମ୍ବଲପୁର ଜିଲ୍ଲାପାଳ ସିଦ୍ଧଶ୍ୱର ବଳିରାମ ବୋନ୍ଦର ଙ୍କ ତତ୍ତ୍ୱାବଧାନରେ ଏକ ସଭା କାର୍ଯ୍ୟ ଆୟୋଜିତ ହୋଇଥିଲା । ଉକ୍ତ ସଭାକାର୍ଯ୍ୟ ରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ ଆଶୋକ କୁମାର ଭୋଇ ଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ ।