୨ ଗାଁ ସାଥିଙ୍କ ପୁନଃ ନିଯୁକ୍ତି
ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତରେ ପୁନଃ ନିଯୁକ୍ତି ହେଲେ ୨ ଗାଁ ସାଥି ଚିତ୍ରସେନ ତିୱାରୀ ଏବଂ କେଦୁରାମ ନାୟକ । ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ୨ ମେଟ (ଗାଁ ସାଥି)କୁ କାର୍ଯ୍ୟ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ବ୍ଲକ କାର୍ଯ୍ୟାଳୟରେ ଝରିଗାଁ ବିଡିଓ ମଧୁସୂଦନ ମାଝୀ ଏବଂ ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଛବିଲାଲ ସାହୁ ପୁନଃ ନିଯୁକ୍ତି ଆଦେଶପତ୍ର ପ୍ରଦାନ କରିଛନ୍ତି । ପୂର୍ବରୁ ଇଚ୍ଛାପୁର ଗାଁ ପାଇଁ ଚିତ୍ରସେନ ତିୱାରୀ ଏବଂ କେଦୁରାମ ନାୟକ ଗାଁ ସାଥି ଭାବେ ଚୟନ ହୋଇ କାର୍ଯ୍ୟ କରି ଆସୁଥିଲେ କିନ୍ତୁ ୨୦୨୨ ରେ ଦୁଇ ଜଣ କାର୍ଯ୍ୟରତ ମେଟଙ୍କୁ ସରପଞ୍ଚ ହଟାଇ ଦେଇ ଅନ୍ୟ ୨ ଜଣଙ୍କୁ ମେଟ ଭାବେ ନିଯୁକ୍ତି କରିଥିଲେ । ହେଲେ ବିନା କାରଣରେ କାର୍ଯ୍ୟରତ ମେଟଙ୍କୁ ହଟାଇବା ଥିବାରୁ ୨ ଜଣ ମେଟ ଚିତ୍ରସେନ ତିୱାରୀ ଏବଂ କେଦୁରାମ ନାୟକ ଏନେଇ ଉଚ୍ଚତମ ନ୍ୟାୟଳୟ ର ଦ୍ୱାରସ୍ଥ ହୋଇଥିଲେ । ଉଚ୍ଚତମ ନ୍ୟାୟଳୟ ଆଦେଶ କ୍ରମେ ନବରଙ୍ଗପୁର ଜିଲ୍ଲାପାଳ କାର୍ଯ୍ୟରେ ହଟାଇଥିବା ୨ଜଣ ମେଟକୁ ପୁନଃ କାର୍ଯ୍ୟରେ ନିଯୁକ୍ତି କରିବା ପାଇଁ ଆଦେଶ ଦେବା ପରେ ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଚିତ୍ରସେନ ତିୱାରୀ ଏବଂ କେଦୁରାମ ନାୟକଙ୍କୁ ପୁନଃ ମେଟ କାର୍ଯ୍ୟ କରିବା ପାଇଁ ପତ୍ର ଦିଆଯାଇଛି ଏବଂ ନିଯୁକ୍ତି ହୋଇଥିବା ୨ଜଣ ମେଟ କମଳସାଏ ପୂଜାରୀ ଏବଂ ଶ୍ୟାମ ମାଝୀଙ୍କୁ ଇଚ୍ଛାପୁର ମେଟ ପଦରୁ ହଟାଇ ଦିଆଯାଇଛି ।