କୁକର୍ମ ଉଦ୍ୟମକାରୀକୁ ୫ ବର୍ଷ ଜେଲ
ଯାଜପୁର ଟାଉନ : ଜନୈକା ୮ବର୍ଷିୟା ନାବାଳିକାକୁ କୁକର୍ମ ଉଦ୍ୟମକାରୀକୁ ୫ବର୍ଷ ଜେଲ ରାୟ ଶୁଣାଇଛନ୍ତି ଯାଜପୁର ଅତିରିକ୍ତ ଜିଲ୍ଳା ଦୌରାଜଜ ତଥା ପୋକ୍ସୋ ବିଚାରପତି । ଘଟଣାରୁ ପ୍ରକାଶ ଗତ ୨୦୧୮ମସିହା ଜୁନ୍ ମାସ ୬ତାରିଖ ବଡଚଣା ଥାନା ଅନ୍ତର୍ଗତ ଗୋଟିଏ ଗ୍ରାମର ଜନୈକା ୮ବର୍ଷିୟା ନାବାଳିକା ଝିଅ ଘର ଆଗରେ ଖେଳୁଥିବା ସମୟରେ ସେହି ଗ୍ରାମର କ୍ଷେତ୍ରବାସୀ ଓରଫ ରିଙ୍କୁ ମଲ୍ଲିକ (୨୮)ତାକୁ ଚକଲେଟ୍ ଦେବା ବାହାନାରେ ଡାକିିଥିଲା । ମାତ୍ର ନାବାଳିକା ଜଣକ ମନା କରିବାରୁ ତାକୁ ଜୋର ଜବରଦସ୍ତ ଗାଁ ପାଖ ଗୋଟିଏ ପୋଖରୀ କୂଳକୁ ନେଇ ସେଠାରେ ପଦ୍ମଫୁଲ୍ ତୋଳିଥିଲା । ସେହି ପଦ୍ମଫୁଲରୁ ୨ଟି ପଦ୍ମଫୁଲ ନାବାଳିକାକୁ ଦେଇ ବଳାକôାର କରିବା ପାଇଁ ଉଦ୍ୟମ କରିବା ସମୟରେ ସେ ପାଟି କରିବାରୁ ତା’ର ମାଆ ଦୌଡିଆସିବା ଦେଖି ଅଭିଯୁକ୍ତ ଜଣକ ଦୌଡି ପଳାଇଯାଇଥିଲା । ଏସମସ୍ତ ଘଟଣା ନାବାଳିକା ଜଣକ ତା’ର ମା’ଆଗରେ କହିଥିଲା । ତା’ର ମାଆ ଏନେଇ ବଡଚଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗକୁ ଭିତିକରି ଥାନା ଅଧିକାରୀ ଥାନା କେସ୍ ନଂ୧୧୫/୨୦୧୮ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗୁରୁୁବାର ମାମଲାର ଚୁଡାନ୍ତ ଶୁଣାଣି କରି ୧୬ଜଣ ସାକ୍ଷୀଙ୍କ ସାକ୍ଷକୁ ଭିତିକରି ଅଭିଯୁକ୍ତ କ୍ଷେତ୍ରବାସୀ ଓରଫ ରିଙ୍କୁ ମଲ୍ଲିକକୁ ଯାଜପୁର ଅତିରିକ୍ତ ଜିଲ୍ଳା ଦୌରାଜଜ ତଥା ପୋକ୍ସୋ ବିଚାରପତି ଶରତ କୁମାର ଦେହୁରୀ ୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧ହଜାର ଟଙ୍କା ଜରିମାନା କରି ରାୟ ପ୍ରକାଶ କରିଥିଲେ । ଏହି ଜରିମାନା ଅର୍ଥ ଅନାଦେୟରେ ଅଧିକ ୨ ମାସ ଜେଲ୍ ଭୋଗିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍ ପ୍ରସୁ୍ୟକୁଟର ପାର୍ଥ ରାୟ ମାମଲାଟିକୁ ପରିଚାଳନା କରିଥିଲେ ।