ମସୁଦପୁର ପ୍ରିମିୟର ଲିଗ୍ ଉଦ୍ଘାଟିତ

ପାଣିକୋଇଲି :  ଗୋଳେଇପୁର ପଂଚାୟତର ସାହାପୁର ପଳାଶ ବଣ ପଡିଆ ଠାରେ ୧୪ ତମ ମସୁଦପୁର ପ୍ରିମିୟର ଲିଗ ଉଦ୍ଘାଟିତ ହୋଇଛି । ୧୨ଟି ଦଳକୁ ନେଇ ଦିବାରାତ୍ରୀ ପ୍ରତିଯୋଗିତାକୁ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଉଦ୍ଘାଟନ କରିଛନ୍ତି । ମହାବୀର ଆଂଚଳିକ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଟୁର୍ଣ୍ଣାମେଂଟରେ ସଭା କ୍ଲବର ସଭାପତି ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏମପିଏଲର ଚେୟାର ମ୍ୟାନ ଶଶିକାନ୍ତ ମାଝୀ ବିବରଣୀ ପ୍ରଦାନ କରିଥିଲେ । ଯୁବନେତା ପ୍ରଶାନ୍ତ କୁମାର ପଣ୍ଡାଙ୍କ ସଂଚାଳନାରେ ଆୟୋଜିତ ସଭାରେ ସମ୍ମାନୀତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ସୁବାସ ଧଳ, ପ୍ରମୋଦ ନାୟକ, କୋରେଇ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଦଳାଇ ପ୍ରମୁଖ ଯୋଗଦେଇ ୧୪ ବର୍ଷ ଧରି ଆୟୋଜିତ ଏହି କ୍ରିକେଟ ଟୁର୍ଣ୍ଣାମେଂଟ କିପରି ସଫଳତା ହାସଲ କରିଛି ସେ ନେଇ ମନ୍ତବ୍ୟ ପ୍ରଦାନ କରିଥିଲେ । ମସୁଦପୁର ସ୍କୁଲ ଠାରୁ ୧୨ଟି ଦଳର ଖେଳାଳୀ, ମାଲିକ, ମ୍ୟାନେଜର, କୋଚ ମାନଙ୍କୁ ନେଇ ଏକ ରଂଗୀନ ଶୋଭାଯାତ୍ରା ଅତିଥି ମାନଙ୍କୁ ନେଇ ଖେଳ ପଡିଆକୁ ପ୍ରବେଶ କରିଥିଲା । ଜିଲା ପରିଷଦ ସଭ୍ୟ ଉମାପାନ୍ତ ମାଝୀ, ପ୍ରତାପ କୁମାର ମହାନ୍ତି, ତାରକୋଶ୍ୱର ମହାନ୍ତି, ଜୟନ୍ତ ନାୟକଙ୍କ ସମେତ ବହୁ ସରପଂଚ, ସମିତି ସଭ୍ୟ/ସଭ୍ୟା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।