ଅଧ୍ୟକ୍ଷାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା 

ରାଜକନିକା : ରାଜକନିକା ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁରେଖା ରାଉତଙ୍କୁ ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଇତିହାସ ବିଭାଗ ମୁଖ୍ୟ ଡ. ପ୍ରଦୀପ ଦାସଙ୍କ ସଭାପତିତ୍ୱ ଓ ଗୋଲଖ ଧଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡ. ମିଥିଳା ଦାସ, ଡ. ଅଜୟ କୁମାର କୁଣ୍ଡ, ଡ. ରଞ୍ଜନ ରଥ, ଡ.ଦୀପକ ପ୍ରଧାନ, ଡ.କିଶୋର ପ୍ରଧାନ, ପ୍ରଶାନ୍ତ ଦାସ, ଅନିଲ ନାହାକ, ଜ୍ୟୋତପୁଷ୍ପା ବେହେରା, ମିସ ଟୁଲୀ, ମଧୁସ୍ମିତା ଦୋବଇ, କାଳନ୍ଦୀ ମଲ୍ଲିକ, ସୁରଜ ତନ୍ତୀ, ଆବେଦୁନ ଖାନ, ସୟଦ ଟିକି, ଗୋଲଖ ଧଳ, ଜୟନ୍ତ ମଥାନ, ଲକ୍ଷ୍ମଣ ସାହୁଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇ ପ୍ରଫେସର ରାଉତଙ୍କ ୩୭ ବର୍ଷର କଲେଜ ପ୍ରତି ଥିବା ଉତ୍ସର୍ଗୀକୃତ ସେବା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ତାଙ୍କୁ ବିଭାଗୀୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭାଗର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।