ମଦ ଦୋକାନ ସ୍ଥାନାନ୍ତର ପାଇଁ ଦାବି
କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଯଦୁପୁର ପଞ୍ଚାୟତ ଅନ୍ତର୍ଗତ ଯଦୁପୁର, ଓସ୍ତପୁର ଗ୍ରାମୀୟ ରାସ୍ତାରେ ଅବସ୍ଥିତ ଥିବା ଏକ ବିଦେଶି ମଦ ଦୋକାନକୁ ସ୍ଥାନାନ୍ତର କରିବା ପାଇଁ ସରପଞ୍ଚ ସଂଯୁକ୍ତା ଜେନାଙ୍କ ସମେତ ଗ୍ରାମବାସୀ ମାନେ ଦାବି କରିଛନ୍ତି । ଏହି ମଦ ଦୋକାନ ନିକଟରେ ଶିକ୍ଷାନୁଷ୍ଠାନ, ମା’ ବ୍ରଜବୁଢୀ ବାଳିକା ବିଦ୍ୟାଳୟ, ଗୋପୀନାଥପୁର ଶାସନ ବିଦ୍ୟାଳୟ, ସଂସ୍କୃତ ମହା ବିଦ୍ୟାଳୟ, ଗୋଠେଶ୍ୱର ମହାଦେବ ମନ୍ଦିର, ଓସ୍ତପୁର ସାପ୍ତାହିକ ହାଟ ପ୍ରଭୃତି ଜନ ଗହଳି ପୂର୍ଣ୍ଣ ରାସ୍ତା ଓ ଶିକ୍ଷାନୁଷ୍ଠାନ ପାଖରେ ମଦ ଦୋକାନ ଥିବାରୁ ମଦ୍ୟପ ମାନଙ୍କ ଜୁଲୁମରେ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ, ମହିଳା ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହାକୁ ସ୍ଥାନାନ୍ତର କରିବା ପାଇଁ ସରପଞ୍ଚ ଶ୍ରୀମତୀ ଜେନାଙ୍କ ସମେତ ସନ୍ତୋଷ କୁମାର ବେହେରା, ଦିପକ ରାଉତ, ଶ୍ରୀକାନ୍ତ ବେହୁରା, ଦୁଷ୍ମନ୍ତ ସାହୁ, ଅଶୋକ କୁମାର ବେହେରା ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।