ବାରଡାଙ୍ଗରେ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ପାଇଁ ଦାବି 

 କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ବାରଡାଙ୍ଗ ଓ ବଉଳକଣୀ ଗ୍ରାମ ପଞ୍ଚାୟତ ଅଧିବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ସେଠାରେ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ପାଇଁ ଦାବି କରିଛନ୍ତି । ବଉଳକଣୀ ଓ ବାରଡାଙ୍ଗ ପଞ୍ଚାୟତ ଏବଂ ଆଖପାଖ ଅଞ୍ଚଳର ଜନସଂଖ୍ୟା ପ୍ରାୟ ୧୫ ହଜାରରୁ ଊଦ୍ଧ୍ୱର୍ ହେବ । ଏହି ଦୁଇଟି ପଞ୍ଚାୟତର କେନ୍ଦ୍ରସ୍ଥଳ ବାରଡାଙ୍ଗ ଠାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ପାଇଁ ଦୀର୍ଘବର୍ଷ ହେଲା ଦାବି ହୋଇ ଆସୁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିଥିବାବେଳେ ଏହି ଅଞ୍ଚଳରେ ସ୍ୱାସ୍ଥ୍ୟକେନ୍ଦ୍ର ନ ଖୋଲିବା ଦ୍ୱାରା ବହୁ ଅଞ୍ଚଳବାସୀ ସ୍ୱାସ୍ଥ୍ୟସେବାରୁ ବଂଚିତ ହେବା ସହ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଞ୍ଚଳବାସୀମାନେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଏ ଦିଗରେ ପଦକ୍ଷେପ ନେବା ପାଇଁ ଅଂଚଳର ଶ୍ୟାମସୁନ୍ଦର ଭୋଳ, ବିପିନ୍ ବିହାରୀ ଦାସ, ବେଣୁଧର ରାଉତ, ବୈଷ୍ଣବ ଚରଣ ପଣ୍ଡା ପ୍ରମୁଖ ଦାବି କରିଛନ୍ତି ।