ଧାନ ବିକ୍ରିର ୪ ମାସ ପରେ ବି ମୁଳୁନି ଟଙ୍କା
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆୟବା କୃଷି ସମବାୟ ସମିତିରେ ଦୀର୍ଘ ୪ ମାସ ତଳେ ଆଶାଲତା ନାୟକ ତାଙ୍କର ଧାନ ବିକ୍ରି କରିଥିଲେ ମଧ୍ୟ ୪ ମାସ ହେଲା ସେ ଟଙ୍କା ପାଇପାରୁନାହାଁନ୍ତି । ଏହି ସମିତିରେ ଆଶାଲତା ୧୦୨ ବସ୍ତା ଧାନ ଆନୁମାନିକ ଧାନ ପ୍ରାୟ ୩୫ କ୍ୱିଣ୍ଟାଲ ହେବ ସେ ମଣ୍ଡିରେ ବିକ୍ରି କରିଥିଲେ । ଏହି ମଣ୍ଡିରେ ଧାନ ବିକ୍ରି କରିବାର ୪ ମାସ ବିତିଯାଇଥିଲେ ମଧ୍ୟ ପାକ୍ସର ସଂପାଦକ, ସଭାପତି ଏ ଦିଗରେ ମୁଣ୍ଡ କାନ ହଲାଉନାହାଁନ୍ତି । ଯାହାଫଳରେ ଧାନ ବିକ୍ରି କରୁଥିବା ଆଶାଲତା ନାୟକ ଧାନ ବିକ୍ରିର ପ୍ରାୟ ୧ ଲକ୍ଷ ଟଙ୍କା ନ ପାଇ ଅବସ୍ଥା ଭୋଗୁଛନ୍ତି । ଏ ନେଇ ସେ ଜିଲ୍ଲାପାଳଙ୍କୁ ଭେଟିବା ପରେ ଜିଲ୍ଲାପାଳ ତୁରନ୍ତ ତାଙ୍କ ଟଙ୍କା ଫେରାଇବା ପାଇଁ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି ।