ଅନ୍ତର୍ଜାତୀୟ ମହିଳା ଦିବସରେ ରାଷ୍ଟ୍ରପତିଙ୍କ ଆହ୍ୱାନ : ବିକଶିତ ଭାରତ ପାଇଁ ଝିଅଙ୍କ ଉନ୍ନତି ଜରୁରୀ
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଏହି ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏ ଅବସରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ‘ନାରୀଶକ୍ତି ମାଧ୍ୟମରେ ବିକଶିତ ଭାରତ’ ସମ୍ମିଳନୀକୁ ଉଦଘାଟନ କରି ରାଷ୍ଟ୍ରପତି କହିଛନ୍ତି ଯେ, ମହିଳାଙ୍କ ସଫଳତାକୁ ସମ୍ମାନ ଦେବା, ସେମାନଙ୍କ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଲିଙ୍ଗଗତ ସମାନତାକୁ ପ୍ରୋସôାହିତ କରିବା ପାଇଁ ନିଜକୁ ଉସôର୍ଗ କରିବାର ଏହା ଏକ ସୁଯୋଗ । ଆଜି ଆମେ ଅନ୍ତର୍ଜାତୀୟ ମହିଳା ଦିବସର ୫୦ ତମ ବାର୍ଷିକୀ ପାଳନ କରୁଛୁ । ନିଶ୍ଚିତ ଭାବରେ ଏହି ସମୟ ମଧ୍ୟରେ ମହିଳାମାନେ ଅଭୂତପୂର୍ବ ଅଗ୍ରଗତି କରିଛନ୍ତି । ରାଷ୍ଟ୍ରପତି କହିଥିଲେ ଯେ, ସେ ତାଙ୍କ ଜୀବନ ଯାତ୍ରାକୁ ଏହି ପ୍ରଗତିର ଏକ ଅଂଶ ଭାବରେ ବିବେଚନା କରନ୍ତି । ଓଡ଼ିଶାର ଏକ ପଛୁଆ ଅଞ୍ଚଳରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିବାଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଭାରତୀୟ ସମାଜରେ ମହିଳାମାନଙ୍କ ପାଇଁ ସମାନ ସୁଯୋଗ ଏବଂ ସାମାଜିକ ନ୍ୟାୟର କାହାଣୀ ବୋଲି ସେ ଉଲ୍ଲେଖ କରିଥିଲେ । ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାକୁ ହେଲେ ଝିଅମାନଙ୍କର ଉନ୍ନତି ପାଇଁ ଏକ ଉତ୍ତମ ପରିବେଶ ରହିବା ଜରୁରୀ । ଏପରି ଏକ ପରିବେଶ ରହିବା ଉଚିତ ଯେଉଁଠାରେ ସେମାନେ ବିନା କୌଣସି ଚାପ କିମ୍ବା ଭୟରେ ନିଜ ଜୀବନ ବିଷୟରେ ସ୍ୱାଧୀନ ନିଷ୍ପତ୍ତି ନେଇପାରିବେ ବୋଲି କହିଥିଲେ । ଏଭଳି ପରିବେଶରେ ଝିଅମାନଙ୍କର ଆତ୍ମବିଶ୍ୱାସ ଆମ ଦେଶକୁ ନୂଆ ଉଚ୍ଚତାରେ ପହଞ୍ଚାଇବ ।
ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବା ଦିଗରେ ଅଗ୍ରସର ହେଉଥିବାବେଳେ ଦେଶର କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ଦ୍ରୁତ ଗତିରେ ବୃଦ୍ଧି ପାଇବା ଦରକାର ବୋଲି ରାଷ୍ଟ୍ରପତି କହିଥିଲେ । ଆମେ ସମସ୍ତେ ଜାଣୁ ଯେ ଗୋଟିଏ ପରିବାରର ପ୍ରଥମ ଶିକ୍ଷୟିତ୍ରୀ ହେଉଛନ୍ତି ମା' । ଯଦି ଜଣେ ମା' ନିଜ ପିଲାମାନଙ୍କର ଯନô ନେବା ପାଇଁ ଛୁଟି ନିଅନ୍ତି, ତେବେ ସମାଜର ଉନ୍ନତି ପାଇଁ ମଧ୍ୟ ତାଙ୍କର ପ୍ରୟାସ ହୋଇଥାଏ । ଜଣେ ମା' ନିଜ ପ୍ରୟାସ ଦ୍ୱାରା ନିଜ ପିଲାକୁ ଜଣେ ଆଦର୍ଶ ନାଗରିକରେ ପରିଣତ କରିପାରିବେ ।