ଅବହେଳିତ ଅବସ୍ଥାରେ ଶଶିସେଣା ପୀଠ
ସୋନପୁର : ଶାଶ୍ୱତ ପ୍ରେମ ନିରନ୍ତର ସତ୍ୟ । ଶଶିସେଣା ଓ ଅହିମାଣିକ୍ୟର ଅମର ପ୍ରେମର ଗାଥା ପ୍ରତୀକ ଏ ନିମୁହିଁ ମନ୍ଦିର । ଓଡ଼ିଶାର ଅନ୍ୟ ପ୍ରେମ କାହାଣୀ କେଦାରଗୌରୀ ପରି ମଧ୍ୟ ଯୁଗୀୟ ଶଶିସେଣା ଓ ଅହିମାଣିକର ମିଳନ ଓ ବିରହ ରୋମାଞ୍ଚକ କାହାଣୀ । ଏହିପରି କି କେଦାର ଗୌରୀ ପରେ ରାଜ୍ୟରେ କୌଣସି ପ୍ରେମ ସ୍ମାରକୀ ନାହିଁ । କିନ୍ତୁ ଏହି ଶଶିସେଣା ଅନନ୍ୟ ପ୍ରେମ ଓ ପ୍ରେମ ଇତିହାସ କଥା ଅଛି । ଅନ୍ୟପକ୍ଷରେ ଏପରି ପ୍ରେମ ସ୍ମାରକୀ କେବଳ ଓଡିଶାରେ ନୁହେଁ ସାରା ଭାରତରେ ମଧ୍ୟ ବିରଳ । ସୋନପୁର ସହର ମୁଖ୍ୟ ରାସ୍ତାରେ ରହିଥିଲେ ମଧ୍ୟ ଏହାର ପ୍ରଚାର ଓ ପ୍ରସାର ହୋଇପାରିନାହିଁ । ଏହିପରି କି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସୁଦୃଷ୍ଟି ପଡ଼ିନାହିଁ । ମନ୍ଦିର ମାଳିନୀ ସୋନପୁର ଭିତରେ କୌଣସି ଦେବତା ସମର୍ପିତ ନ ହୋଇ ପ୍ରେମକୁ ଏହି ମନ୍ଦିର ସମର୍ପିତ ହୋଇଛି । ଶଶିସେଣା ମନ୍ଦିର ଅନ୍ୟ ମନ୍ଦିର ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହି ନିମୁହିଁ ମନ୍ଦିର ଦେବାତ ନାହାନ୍ତି କି ମନ୍ଦିରର ଦ୍ୱାର ମଧ୍ୟ ନାହିଁ । କିନ୍ତୁ ଶଶିସେଣା ଓ ଅହିମାଣିକ୍ୟର ଅମର ପ୍ରେମର ଗାଥା ତଥା ତନ୍ତ୍ର ସାଧନାର ସଂସ୍କୃତି ବହନ କରୁଛି ଏ ନିମୁହିଁ ମନ୍ଦିର । ଶଶିସେଣା ଟିକରା ଉପରେ ଅବସ୍ଥିତ ନିମୁହିଁ ମନ୍ଦିରର ପରବର୍ତ୍ତୀ ନିର୍ମାତା ମହାରାଜ ବୀରମିତ୍ରୋଦୟ ସିଂହ (ଖ୍ରୀ ୧୯୦୨ - ୧୯୩୭) । ଏହି ମନ୍ଦିର ଗାତ୍ରାରେ ବିଭିନ୍ନ ଚିତ୍ର ପ୍ରସ୍ପୁଟିତ ଯାହା ଶଶିସେଣା କାହାଣୀକୁ ସୂଚାଇଥାଏ । ମଧ୍ୟଯୁଗୀୟ ସୋନପୁର ତାନ୍ତ୍ରିକତାର ସଙ୍କେତକୁ ବହନ କରି ଶଶିସେଣା ସ୍ମୃତିପୀଠ ଭାବେ ନିମୁହିଁ ମନ୍ଦିରଟି ଦଣ୍ଡାୟମାନ । ରାଜା ରାଜୁଡା ସମୟରେ ସ୍ତ୍ରୀକୃତି ପାଇଁ ଥିବାର ଶଶିସେଣା ଏବେ ସଂପୂର୍ଣ୍ଣ ଅବହେଳିତ ହୋଇଛି । ଏହା ଛୋଟ ସ୍ଥାନରେ ଥିଲେ ମଧ୍ୟ ଏହାର ପାରପାଶ୍ୱିର୍କ ଉନ୍ନତି ହୋଇପାରିବ । କିନ୍ତୁ ଉନ୍ନତି ସାଧିତ ହୋଇପାରିନାହିଁ । ଅନ୍ୟପକ୍ଷରେ ଏହି ବିରଳ ପ୍ରେମ ସ୍ମାରକୀ ସଠିକ୍ ମୂଲ୍ୟାୟନ ସ୍ଥାନ ଦେବା ପାଇଁ ବୁଦ୍ଧିଜୀବୀ ଓ ଐତିହାସିକ ସ୍ତରରେ ସଠିକ୍ ପଦକ୍ଷେପ ହେବ ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଉଛି ।