ପାଇପ ଫାଟି ରାସ୍ତା ଜଳାର୍ଣ୍ଣବ

କଟକ : ରାସ୍ତା ସଂପ୍ରାସରଣ ପାଇଁ ଜେସିବି ଆସି ରାସ୍ତାକଡ଼ର ମାଟିଗଦାକୁ ସମାନ କଲାବେଳେ କଟକ ଲେଖକ ସହଯୋଗ ସମିତି କାର୍ଯ୍ୟାଳୟ ସମ୍ମୁଖରେ ମାଟି ତଳେ ଥିବା ପାଣି ପାଇପ କଟି ଯାଇଛି । ଫଳରେ ରାସ୍ତାରେ ପାଣି ଭରି ଯାଇଛି ଓ ସାଧାରଣ ଲୋକେ ଯାତାୟତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କଟକ କାଳୀବିହାର ସ୍ଥିତ ସ୍ଥାନୀୟ ବାସିନ୍ଦାମାନେ ପାଇପ ଫାଟି ଯାଇଥିବାରୁ ବୁନ୍ଦାଏ ପିଇବା ପାଣି ପାଇବାରେ ମଧ୍ୟ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଏହି ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଦୋଷୀଙ୍କ ଉପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମିତିର ସଂପାଦକ ରଘୁନାଥ ମହାପାତ୍ରଙ୍କ ସମେତ ସାଧାରଣ ଲୋକଙ୍କ ପକ୍ଷରୁ ଦାବି କରାଯାଇଛି ।