ଅମିତ ଶାହ ଏବଂ ଏକନାଥ ସିନ୍ଦେଙ୍କ ମଧ୍ୟରେ ଗୁପ୍ତ ବୈଠକ !

 ଶିବସେନା ଉଦ୍ଧବ ଗୋଷ୍ଠୀର ପତ୍ରିକା ସାମ୍ନାରେ ଦାବି କରାଯାଇଛି ଯେ ଗତ ଫେବୃଆରୀ ୨୨ରେ ପୁଣେରେ ଅମିତ ଶାହ ଏବଂ ଏକନାଥ ସିନ୍ଦେଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକ ହୋଇଥିଲା । ସାମ୍ନା ପତ୍ରିକାରେ କୁହାଯାଇଛି ଯେ, ଦିଲ୍ଲୀରେ ମରାଠୀ ସାହିତ୍ୟ ସମ୍ମିଳନୀ ପାଳନ କରାଯାଇଥିଲା ଏବଂ ମହାରାଷ୍ଟ୍ରରେ ମରାଠୀ ଭାଷା ଗୌରବ ଦିବସ ପାଳନ କରାଯାଇଥିଲା, କିନ୍ତୁ ଏସବୁ ଭିତରେ ମରାଠୀ ଲୋକଙ୍କ ସ୍ୱାଭିମାନ ଏବଂ  ଅସ୍ମିତାର କୌଣସି ସ୍ଥାନରେ ହଜି ଯାଇଥିଲା । କାରଣ ଏବେ ମହାରାଷ୍ଟ୍ରର ଶାସନ ଡୋର ସମ୍ପୂର୍ଣ୍ଣ ଭାବରେ ଦିଲ୍ଲୀ ହାତରେ ରହିଛି । ମହାରାଷ୍ଟ୍ର ନେତାମାନେ ଅମିତ ଶାହଙ୍କୁ ଭେଟିବା ପାଇଁ ସକାଳ ୪ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ।

ସାମ୍ନାରେ ଲେଖା ଯାଇଛି, “ମହାରାଷ୍ଟ୍ରରେ ମରାଠା  ଅସ୍ମିତାକୁ ବାଜିରେ ଲଗାଇବାକୁ ଏକ ସୈନ୍ୟବାହୀନି ଗଠନ ହୋଇଛି । ଶିବାଜୀ ମହାରାଜ ଏବଂ ସମ୍ଭାଜୀ ମହାରାଜଙ୍କ ସମୟରେ ମଧ୍ୟ, ୱତନଦାରୀଙ୍କ ଲୋକମାନେ ବିଶ୍ୱାସଘାତ କରାଯାଉଥିଲା । ଆଜି ମଧ୍ୟ କ୍ଷମତା ଲୋଭ ପାଇଁ ଦିଲ୍ଲୀକୁ ସଲାମ କରାଯାଉଛି । ଯେତେବେଳେ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ ହୋଇଥିଲା, ଏକନାଥ ସିନ୍ଦେ କହିଥିଲେ ଯେ, ଏହା 'ମରାଠା ସ୍ୱାଭିମାନ' ପାଇଁ ଏକ ଲଢ଼େଇ । କିନ୍ତୁ ସେହି ସିନ୍ଦେ ଆଜି ଦିଲ୍ଲୀର ଦରବାରରେ ମୁଣ୍ଡ ନୂଆଇଁ ଠିଆ ହୋଇଛନ୍ତି ।

ଶାହଙ୍କୁ ଭେଟିବାକୁ ଅପେକ୍ଷା କିରଥିଲେ ସିନ୍ଦେ ! 
ସାମ୍ନା ପତ୍ରିକା ମୁତାବକ, ଏକନାଥ ଫେବୃଆରୀ ୨୨ ତାରିଖ ସକାଳ ୪ଟା ପର୍ୟ୍ୟନ୍ତ ପୁଣେର କୋରେଗାଓଁ ପାର୍କ ଅମିତ ଶାହଙ୍କ ଅପେକ୍ଷା କରିଥିଲେ । ସେଠାରେ  ଥିବା 'ୱେଷ୍ଟିନ୍' ହୋଟେଲରେ ସିନ୍ଦେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକ ହୋଇଥିଲା । ସାମ୍ନା ପତ୍ରିକାରେ ଏହି ବୈ