ଅଲ୍ଟ୍ରାଟେକ୍ ସିମେଣ୍ଟ ଖରାପ ପଡିବାରୁ କର୍ତ୍ତୃପକ୍ଷଙ୍କୁ ଅଟକ ରଖିଲେ ଗ୍ରାମବାସୀ

 ନିଆଳି : କଣ୍ଟାପଡା ଅଞ୍ଚଳରେ ନକଲି ସିମେଣ୍ଟ ବିକି୍ର ହେଉଥିବା ଖବର ଗରମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଘଟଣାର ସତ୍ୟତା ପଦାକୁ ଆସିଛି । ଗ୍ରାମବାସୀଙ୍କ ଦ୍ୱାରା କମ୍ପାନୀ କର୍ତ୍ତୃପକ୍ଷ ଦିନତମାମ ଅଟକ ରହିଥିଲେ । ମିଳିଥିବା ସୂଚନା ଅନୁଯାୟୀ ଗୋବିନ୍ଦପୁର ଥାନା ଅଧିନସ୍ଥ ଉରାଢ ପଞ୍ଚାୟତ କୂଳପୋହଳ ଗ୍ରାମରେ ସରକାରୀ ଅର୍ଥରେ ନିର୍ମାଣ କରାଯାଇଥିଲା ରାସ୍ତା । ଏହି ଢଳେଇ ରାସ୍ତା ପାଇଁ ବ୍ୟବହାର କରାଯାଇଥିଲା ଅଲ୍ଟ୍ରାଟେକ୍ ସିମେଣ୍ଟ । ଯାହାଫଳରେ ଉକ୍ତ ରାସ୍ତାଟି ସିମେଣ୍ଟ ଖରାପ ଥିବା ଯୋଗୁଁ ବାଲିକୁ ଛାଡି ସିମେଣ୍ଟ ଗୁଣ୍ଡ ଉଡିଗଲା । ଯାହା ଫଳରେ ବ୍ଲକ୍  କର୍ତ୍ତୃପକ୍ଷ ବିଲ୍ କରିବାକୁ ରୋକ୍ଠୋକ୍ ମନା କରି ଦେଇଥିଲେ । କାମ କରୁଥିବା ଲୋକ ଓଲଟପୁର ଥାନା ଅଧିନସ୍ଥ ଅଡଶପୁର ବଜାରରେ ଥିବା ଏକ ଡିଲର ଓ ସଳେଇ ବଜାରରେ ଥିବା ସବ୍ ଡିଲର୍ଙ୍କ ଠାରୁ ସିମେଣ୍ଟ କିଣିଥିଲେ । ଏନେଇ ଦୋକାନୀଙ୍କୁ ଜଣାଇବା ପରେ ଦୋକାନୀ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଉକ୍ତ ଗ୍ରାମକୁ ପଠାଇଥିଲେ । କାମ କରୁଥିବା ଲୋକମାନେ କମ୍ପାନୀ କର୍ତ୍ତୃପକ୍ଷ ଓ ତାଙ୍କ ଗାଡିକୁ ଦିନ ତମାମ ଅଟକ ରଖିଥିଲେ । କମ୍ପାନୀ କର୍ତ୍ତୃପକ୍ଷ ସିମେଣ୍ଟର ସମସ୍ତ ଅର୍ଥ ଦେବା ପାଇଁ ରାଜି ହେବା ପରେ ଗାଁରୁ ମୁକୁଳିଥିଲେ । କଣ୍ଟାପଡା ବ୍ଲକ୍ର ଅଡଶପୁର, ସଳେଇ, କଣ୍ଟାପଡା, ବାଗଲପୁର, ସୁନ୍ଦରଗାଁ, ପାଟସୁନ୍ଦରପୁର, ଝାରପଡା, ଗୋବିନ୍ଦପୁର, ଧାନମଣ୍ଡଳ, ନାହାଳପୁର, ଡିମିରି, ଭୋଗେଶ୍ୱର, ବ୍ରାହ୍ମଣବାଟୀ, ଉରାଢ ଅଞ୍ଚଳରେ ନକଲି ସିମେଣ୍ଟ ବିକ୍ରି ହେଉଥିବା ଅଭିଯୋଗ ପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ? ଯାହା ଫଳରେ ଦୋକାନୀ ସବ୍ଡିଲର୍, ଡିଲର୍ ଖୁଲମ୍ଖୁଲା ନିମ୍ନ ମାନର ସିମେଣ୍ଟ ବିକ୍ରି କରୁଛନ୍ତି  ।