ସାମ୍ବାଦିକଙ୍କ ପିତୃ ବିୟୋଗ
ରସୁଲପୁର: ରସୁଲପୁର ପ୍ରେସ ଫୋରମର ସଭାପତି ତଥା ସାମ୍ବାଦିକ ବିଶ୍ୱଜ୍ୟୋତି ପତିଙ୍କ ପିତା ପ୍ରମୋଦ କୁମାର(୬୫)ଙ୍କ ରସୁଲପୁର ସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ଘଟିଛି । ସ୍ୱର୍ଗତ ପତି ସ୍ଥାନୀୟ ଅଂଚଳର ବେଶ ଜଣାଶୁଣା ବ୍ୟକ୍ତତ୍ୱ ଥିଲେ । ସେ ବିଭିନ୍ନ ସଂଗଠନ ସହିତ ଜଡିତ ଥିଲେ । ତାଙ୍କ ପରଲୋକ ଖବର ପ୍ରଚାରିତ ହେବାକ୍ଷଣି ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ପରଲୋକ ଖବର ପାଇ ତାଙ୍କର ସମ୍ପର୍କୀୟ, ଶୁଭେଚ୍ଛୁ ଓ ଜଡିତ ଥିବା ଅନୁଷ୍ଠାନର କର୍ମକର୍ତା ସ୍ୱର୍ଗତ ପତିଙ୍କ ବାସଭବନରେ ପହଁଂଚିଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ମର ଶରୀରକୁ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରାଯାଇ ସ୍ଥାନୀୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ବଡ଼ପୁଅ ବିଶ୍ୱଜ୍ୟୋତି ମୁଖାଗ୍ନି ଦେଇଥିଲେ ।