ଅସୁରକ୍ଷିତ ମଣୁଛନ୍ତି ସ୍ୱାସ୍ଥ୍ୟକେନ୍ଦ୍ର ମହିଳା କର୍ମଚାରୀ  ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବିରୁଦ୍ଧରେ କଲେ ଅଭିଯୋଗ 


ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ: ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା କର୍ମଚାରୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଜନୈକ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭରର ପ୍ରାଦୁର୍ଭାବ ଅତିଷ୍ଠ ମହିଳା କର୍ମଚାରୀ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । କର୍ମଚାରୀ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । 
କର୍ମଚାରୀଙ୍କ ଅଭିଯୋଗ ମତେ ସ୍ଥାନୀୟ ଅଞ୍ଚଳର ଜନୈକ ଯୁବକ ନିଜର ଘରୋଇ ଆମ୍ବୁଲାନ୍ସକୁ ଜୋରଜବରଦସ୍ତ ମଧୁବନ ଡାକ୍ତରଖାନା ପରିସରରେ ରଖିବା ସହିତ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ନାନାଦି ହଇରାଣ ହରକତ କରୁଛି । ବିଶେଷ କରି ମହିଳା ନର୍ସିଂ କର୍ମଚାରୀଙ୍କୁ ଜାଣିଶୁଣି ହଇରାଣ କରିବା, କମେଣ୍ଟ ମାରୁଛି ।  ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ସୁଶାନ୍ତ କୁମାର ସାହୁ ଓରଫ ନାଲୁ ହୋଇଥିବା ବେଳେ ତା ବିରୁଧରେ ମାଳମାଳ ଅଭିଯୋଗ ଆସୁଥଲେ ମଧ୍ୟ ସ୍ଥାନୀୟ ଅଞ୍ଚଳର କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଛତ୍ରଛାୟାରେ ରହି ସେ ଏଭଳି କାର୍ଯ୍ୟ କରୁଥିବା କର୍ମଚାରୀ ଅଭିଯୋଗ କରିଛନ୍ତି । ମହିଳା ନର୍ସିଂଷ୍ଟାଫଙ୍କ ରୁମରେ ଅବାଧ ପ୍ରବେଶ କରି ସେମାନଙ୍କ କାନ୍ଧରେ ହାତ ପକାଇବା, ଡାକ୍ତରମାନଙ୍କୁ ପ୍ରଭାବିତ କରି ରୋଗୀମାନଙ୍କୁ ନେବା ଆଣିବା କରୁଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ପ୍ରତିବାଦ କଲେ ଡାକ୍ତରଖାନାକୁ ଲାଇନ କାଟି ଦେଉଥିବା ଭଳି ସଂଗିନ ଅଭିଯୋଗ ମଧ୍ୟ ସୁଶାନ୍ତଙ୍କ ବିରୋଧରେ ଆସିଛି । ବିଭିନ୍ନ ସମୟରେ ଡାକ୍ତରଖାନାରେ ପଶି ନିଜ ମୋବାଇଲରେ ଭିଡିଓ କରି ଭାଇରାଲ କରିବା ଭଳି ଅନେକ ଧମକଚମକ ଦେବା ସହିତ ଖରାପ ଭାଷାରେ କର୍ମଚାରୀମାନଙ୍କୁ ଗାଳିଗୁଲଜ କରୁଥବା ଅଭିଯୋଗ ହୋଇଛି । କର୍ମଚାରୀ ବହୁ ଦୂରଦୂରାନ୍ତରୁ ଆସି ଏଠାରେ କାମ କରୁଥିବାରୁ ତା ବିରୋଧରେ ଅଭିଯୋଗ କରିବାକୁ ସାହାସ କରିନଥାନ୍ତି । ବାରମ୍ବାର ଏଭଳି ନାନା ଅତ୍ୟାଚାରର ଶିକାର ହେବା ପରେ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମଚାରୀ ଏକ ଦାବିପତ୍ର ଯାଜପୁର ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲଙ୍କୁ ପ୍ରଦାନ କରିଛନ୍ତି । ଏଥିସହିତ ଏହାର ଏକକିତା ନକଲ ବିଭିନ୍ନ ଅଧକାରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରିଛନ୍ତି । ଶ୍ରୀ ସାମଲ ଏଭଳି ଏକ ସାଂଘାତିକ ଅଭିଯୋଗକୁ ଗ୍ରହଣ କରିବା ସହିତ ଏହାର ତଦନ୍ତ କରିତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରସୁଲପୁର ବିଡିଓଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଅଭିଯୋଗ ପାଇବା ପରେ କୁଆଖଆ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଡ୍ରାଇଭରଙ୍କୁ ପଚରାଉଚୁରା କରିଛି ।