ଯୁବ ଡାକ୍ତର ପିଜି ପାଇଁ ମନୋନୀତ

ପାଣିକୋଇଲି : ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ଯୁବ ଚିକିତ୍ସକ ଡାକ୍ତର କୈାଶିକ ଶୁଭତତ୍ୱ ମହାପାତ୍ର (ଏମବିବିଏସ) କଟକସ୍ଥିତ ଶ୍ରୀ ରାମଚନ୍ଦ୍ର ଭଂଜ ଭେଷଜ ମହାବିଦ୍ୟାଳୟରେ ପିଜି ସ୍ନାତକୋତର ଶିକ୍ଷା ଲାଭ କରିବା ଲାଗି ମନୋନୀତ ହୋଇଛନ୍ତି । ଡ଼ା ମହାପାତ୍ର ଏକ ବର୍ଷ ତଳେ ରାଜ୍ୟ ସରକାରଙ୍କ ଓପିଏସସି ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ । ଡ଼ା ମହାପାତ୍ର ଗୋଳେଇପୁର ପଂଚାୟତ ଅନ୍ତର୍ଗତ ଟିକର ଗ୍ରାମର ଅଧ୍ୟାପକ ଡ଼ କେଶବ ଚନ୍ଦ୍ର ମହାପାତ୍ର ଓ ତରାକୋଟ ସ୍ଥିତ ରଘୁନାଥସାହୁ ହାଇସ୍କୁଲରେ ଶିକ୍ଷୟତ୍ରୀ ଥିବା ମନ୍ମୟୀ ମହାପାତ୍ରଙ୍କ ସପୁତ୍ର ତଥା ଗୋଳେଇପୁର ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ଉଦୟ ମହାପାତ୍ରଙ୍କ ପୁତୁରା ଅଟନ୍ତି । ସ୍ଥାନୀୟ ଅଂଚଳର ଧର୍ମପରାୟଣ ବ୍ୟକ୍ତି ସ୍ୱର୍ଗତ ଶ୍ୟମ ସୁନ୍ଦର ମହାପାତ୍ର ଓ ବିଶିଷ୍ଟ ଲେଖକ ଓ କବି ଆଦର୍ଶ ଶିକ୍ଷକ ନବଘନ ପଣ୍ଡାଙ୍କ ନାତି ଅଟନ୍ତି । ଭବିଷ୍ୟତରେ ଜଣେ ଭଲ ନୁ୍ୟରୋ ସର୍ଜନ ହୋଇ ଜନସାଧାରଣଙ୍କୁ ଉନ୍ନତ ମାନର ଚିକିତ୍ସା ସେବା ଯୋଗାଇ ଦେବା ଲାଗି ଲକ୍ଷ୍ୟ ରଖିଛନ୍ତି ବୋଲି ଡ଼ା.ମହାପାତ୍ର ଜଣାଇଥିବା ବେଳେ ମଧୁବନ ଅଞ୍ଚଳର ଜନସାଧାରଣ ତାଙ୍କର ସଫଳତାରେ ଖୁସି ବ୍ୟକ୍ତ କରିଛନ୍ତି ।