ଜହ୍ନା ବଳଦେବଜୀଉ ମନ୍ଦିର ପରିଦର୍ଶନରେ ଦେବୋତ୍ତର ବିଭାଗ ଇନ୍ସପେକ୍ଟର 


ାା ପ୍ରଭାନୁ୍ୟଜ ।ା ରଗଡ଼ି: ଦେବୋତର ବିଭାଗ ତରଫରୁ ଯାଜପୁର ଓ କେନ୍ଦ୍ରାପଡା ଜିଲା ଦାୟିତ୍ୱରେ ଥିବା ଇନିସପେକ୍ଟର ଶଶୀପ୍ରସନ୍ନ ନାୟକ ଜହ୍ନା ବଳଦେବଜୀଉ ମନ୍ଦିର ପରିଦର୍ଶନ କରିଛନ୍ତି । ପ୍ରଥମେ ରନô ସିଂହାସନରେ ବିଜେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ମନ୍ଦିର କାର୍ଯ୍ୟଳୟରେ ରେକର୍ଡÿ ତନଖି କରିଥିଲେ । ଓଡିଶା ଦେବୋତର ବିଭାଗ ଅଧୀନ ଦୀର୍ଘ ୫ ଶହ ବର୍ଷର ଏହି ପୁରୁଣା ମନ୍ଦିରର ବାର ମାସରେ ତେର ପର୍ବ ପାଳିତ ହେଉଥିବା ନେଇ ସମସ୍ତ କଥା ପଚାରି ବୁଝିଥିଲେ । ବିଭାଗର ସମସ୍ତ ପୁରୁଣା ରେକର୍ଡ ସହିତ ଏଠାରେ କରାଯାଉଥିବା ଦୈନନ୍ଦିନ ନୀତିକାନ୍ତିକୁ କିଭଳି ଆହୁରି ଶୃଙ୍ଖଳିତ କରାଯିବ ଓ ମନ୍ଦିରର ବିଭିନ୍ନ ଉନ୍ନତିକରଣ ପ୍ରସଙ୍ଗରେ ମନ୍ଦିର ପରିଚାଳନା କମିଟି ସଦସ୍ୟମାନଙ୍କ ସହିତ ଦୀର୍ଘ ସମୟ ଆଲୋଚନା କରିଥିଲେ । ମନ୍ଦିର ପରିଚାଳନା ନେଇ ସମସ୍ତ ତଥ୍ୟ ସଂଗ୍ରହ ପରେ ଏହି ସମ୍ପର୍କରେ ବିଭାଗକୁ ଅବଗତ କରାଇ ତୁରନ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିବେ ବୋଲି ଶ୍ରୀ ନାୟକ କହିଛନ୍ତି । ବଡ଼ପଣ୍ଡା ଗୋପବନ୍ଧୁ ପାଢ଼ୀ, ମନ୍ଦିର ପରିଚାଳନା କମିଟିର ଚିନ୍ତାମଣି ପାଢ଼ୀ, ଅଭିଳାଷ ବୋଇତେଇ, ସଦାନନ୍ଦ ବେହେରା, ଅତନୁ ବିଶ୍ୱାଳ, ସନାତନ ଦାଶ, ରାଜୀବ ଲୋଚନ ରାଉତ, ବିଦ୍ୟାଧର ସାହୁ, କାମଦେବ ଦାଶ, ସଞ୍ଜୟ କୁମାର ସାହୁ, ସନ୍ତୋଷ କୁମାର ନାୟକ, ଆଶୁତୋଷ ସାହୁ, ଧନେଶ୍ୱର ମଠର ଦିଲ୍ଲୀପ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।