ଦେବେନ୍ଦ୍ର ଶର୍ମାଙ୍କୁ ଶ୍ରଦ୍ଧାଞ୍ଜଳି
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ ପଛୁଆବର୍ଗ ପ୍ରାକ୍ତନ ଅଧ୍ୟକ୍ଷ ମଳୟ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ରାଜନଗର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଶୋକ ପ୍ରତିହାରୀ, ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ଦାଶ, ତପନ ପାତ୍ର, ସୁନାମଣି ଦାଶ, ସୁଚିତ୍ରା ବିଶ୍ୱାଳ, ସର୍ବେଶ୍ୱର ସେଠୀ, ପ୍ରଭାତ ସେଠୀ, ଗୌରହରି ବିଶ୍ୱାଳ, ରାମେଶ୍ୱର ପଣ୍ଡା, ଦିଲ୍ଲୀପ ସେଠୀ, ଦିବେଶ ମଲିକ, ନକୁଳ ଦାସ, ପାର୍ଥସାରଥୀ ଜେନା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ବିଧାୟକ ଶର୍ମାଙ୍କ ନିଷ୍ଠା, ନିର୍ଭୀକତା ଓ ଦକ୍ଷତା ସମ୍ପର୍କରେ ଉଲ୍ଲେଖ କରି ଜିଲ୍ଲାର ବିକାଶ ପାଇଁ ଜୀବନବ୍ୟାପୀ ସଂଗ୍ରାମ ଉପରେ ଆଲୋକପାତ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।