ଶିଶୁ ସାହିତ୍ୟ ସଂସଦର କବିତା ଆସର
ବଲାଙ୍ଗିର: ବଲାଙ୍ଗିରର ଅଗ୍ରଣୀ ଶିଶୁ ସାହିତ୍ୟ ଅନୁଷ୍ଠାନ ଅଙ୍କୁର ଶିଶୁ ସାହିତ୍ୟ ସଂସଦର ଫଗୁଣ କବିତା ପାଠ ଶିଶୁ କବି ମଦନ ମୋହନ ରଥଙ୍କ ଷଷ୍ଠ ଅର୍ଘ୍ୟ ‘ବର୍ଣ୍ଣବିଭା’ ଉନ୍ମୋଚିତ ହୋଇଯାଇଛି । ଅନୁଷ୍ଠାନର ସଭାପତି କସ୍ତୁରୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି ଓ ଡ.ପ୍ରେମ·ନ୍ଦ ମହାନ୍ତି ମୁଖ୍ୟବକ୍ତା ଭାବରେ ଯୋଗଦେଇ ଶ୍ରୀ ରଥଙ୍କ ବର୍ଣ୍ଣବିଭା ଶିଶୁ ସାହିତ୍ୟ ପାଇଁ ଏକ ଅମୁଲ୍ୟ ସଂପଦ ବୋଲି ମତବ୍ୟକ୍ତ ଶିଶୁ ସାହିତ୍ୟକୁ ଉଦ୍ଜିବିତ କରିବାକୁ ପରାମର୍ଶ ଦେଇଥିଲେ । ସଭା ଆରମ୍ଭରେ ବାଗଦେବୀ ସରସ୍ୱତୀଙ୍କ ଫଟୋଚିତ୍ରରେ ପୂଜାଅର୍ଚ୍ଚନା କରାଯାଇଥିଲା । ସରସ୍ୱତୀ ବନ୍ଦନା ଗାନ କରିଥିଲେ କୁମୋଦିନୀ ପୃଷ୍ଠି, ସଂପାଦକ ଡାକ୍ତର ଅଶୋକ କୁମାର ସେଠୀ ବିବରଣୀ ପଠନ କରିଥିବା ବେଳେ କବି ରନôମୟ ତ୍ରିପାଠି ବର୍ଣ୍ଣବିଭାର ପାଠକୀୟ ମତାମତ ପ୍ରଦାନ କରିଥିଲେ । ଏ ଅବସରରେ ଏକ କବିତାପଠୋସôବ ହୋଇଥିଲା । ଏଥିରେ କପିଳ ପତି, ନାମଯଜ୍ଞ ମିଶ୍ର, ହୃଷିକେଶ ପୁରୋହିତ, ନଳିନୀପ୍ରଭା ଶତପଥି, ଚୁମକୀ ଦାସ, ଜ୍ୟୋର୍ତିମୟୀ ତ୍ରିପାଠୀ, ତପସ୍ମିନୀ ପସାୟତ, କେଶବ ମିଶ୍ର, ଡ. ଭବାନୀ ଶଙ୍କର ପଟେଲ, ବଳିଷ୍ଠ ପଧାନ, ଗିରିଜା ଶଙ୍କର ରଥ, ଶୁଭଲକ୍ଷ୍ମୀ ନାୟକ, ରଶ୍ମିପାତ୍ର ପ୍ରମୁଖ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଓ କବିତା ପାଠନର ସଂଯୋଜନା କରିଥିଲେ କବି ସୁରଥ ସାହୁ । ଏହି କାର୍ଯ୍ୟକ୍ରମକୁ ସଂଯୁଲତା ମିଶ୍ର, ମାଳତି ଉଦ୍ଗାତା ସହଯୋଗ କରିଥିଲେ । ଶେଷରେ ଅରୁଣ ଖୁଆସ ଧନ୍ୟବାଦ ଅର୍ପଣ କରିଥିଲେ ।