ଆଇଏସ୍ପିଏଲ୍ ସିଜିନ୍ ୨ରେ ବଲାଙ୍ଗିରର ପୁଅ
ବଲାଙ୍ଗିର : ଆଇଏସ୍ପିଏଲ୍ ସିଜିନ୍-୨ (ଇଣ୍ଡିଆନ୍ ଷ୍ଟ୍ରିଟ ପ୍ରିମିୟର ଲିଗ୍) ଖେଳିଥିବା ବଲାଙ୍ଗିରର ପୁଅ ମହେନ୍ଦ୍ର ଚନ୍ଦନ ପାଟଣାଗଡ ବ୍ଲକ୍ ବାଲିପଟା ତଥା ଇନ୍ଦିରା ନଗର ନିବାସୀ ଦୁତିବାହାଲ ଚନ୍ଦନଙ୍କ ୨ୟ ପୁତ୍ର ଗତ ଜାନୁୟାରୀ ୧୯ରୁ ଖେଳିବାକୁ ଯାଇଥିଲେ । ସିନେମା ଅଭିନେତା ଅମିତାଭ ବଚ୍ଚନଙ୍କ ଟିମ୍ ମଝି ମୁମ୍ବାଇ ନିଲାମ ଡାକି ୩ ଲକ୍ଷ ଟଙ୍କାରେ କିଣିଛି । ଗତ ଶନିବାର ଦିନ ଫାଇନାଲ ମ୍ୟାଚ୍ରେ ଚମ୍ପିୟାନ ହୋଇଥିଲେ । ସଚିନ ତେନ୍ଦୁଲକର, ଅକ୍ଷୟ କୁମାର ଓ ଅଭିତାଭ ବଚନଙ୍କ ହାତରୁ ଟ୍ରଫି ଗ୍ରହଣ କରିଥିଲେ ।