ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ବଲାଙ୍ଗୀର : ପୁଇନ୍ତାଲା ବ୍ଲକ୍ର ଜବାହରଲାଲ ହାଇସ୍କୁଲରେ ଶିଶୁ ସୁରକ୍ଷା ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ସ୍ୱାଧୀନ ସାହୁଙ୍କ ସଭାପତିତ୍ୱରେ ସଭା ଆରମ୍ଭ କରି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ ଖୁଅସ୍ ଶିଶୁ ସୁରକ୍ଷା ସମ୍ପର୍କିତ କିଶୋର ନ୍ୟାୟ ଆଇନ୍ ୨୦୧୫ରେ ଥିବା ବାଲ୍ୟ ବିବାହ ନିରୋଧ ଆଇନ୍ ୨୦୦୬, ମିଶନ ବାତ୍ସଲ୍ୟ ଯୋଜନା ୨୦୨୨, ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ ୨୦୨୨, ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନର ୧୦୯୮ ଉପରେ ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଆଶୀର୍ବାଦ ଯୋଜନା, ଗ୍ରୀନ ପାସେଜ୍ ସାର୍ଟିଫିକେଟର ଯୋଗ୍ୟତା, ଉପକାରିତା, ପୃଷ୍ଠପୋଷକତା ସହାୟତା ରାଶିର ଯୋଗ୍ୟତା ଓ ଲାଭ, ଯଶୋଦା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଓ ଆବେଦନର ପ୍ରଣାଳୀ, ଶିଶୁଙ୍କ ଲାଳନ ପାଳନ ପାଇଁ ଫୋଷ୍ଟର କେୟାର ଉପରେ ସଚେତନତା କରିଥିଲେ । ଏହି ଅବସରରେ ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ହରିବନ୍ଧୁ ରାଉତ, ଆଉଟ୍ ରିଚ୍ କର୍ମୀ ଡଲି ବେହେରା, ସୁଦାନ ଖମାରୀ, ଶ୍ରଦ୍ଧାଞ୍ଜଳି ସିଂହ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷକ ସୁଧାଂଶୁ ଶେଖର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।