୫୩ ଘରୋଇ ଗ୍ୟାସ ସିଲିଣ୍ଡର ଜବତ

 ବଲାଙ୍ଗିର : ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କ ଦ୍ୱାରା ଗଠିତ ଉପଖଣ୍ଡ ସ୍ତରୀୟ ଯୋଗାଣ ବିଭାଗ  ସ୍କ୍ୱାର୍ଡ ଟିମ ବିଭିନ୍ନ ସ୍ଥାନରେ ଛାପା ମାରିଛି  । କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ସୋମକେଶ ନାୟକ , ଉପଖଣ୍ଡ ଯୋଗାଣ ଅଧିକାରୀ ଶରତ କୁମାର ରାଉତ ଏବଂ ପୁଲିସଙ୍କ ଉପସ୍ଥିତରେ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆ ସ୍ଥିତ ଗ୍ୟାସ ପୁନଃଭର୍ତି କରୁଥିବା  ୫ ଟି ଦୋକାନରେ ଅତର୍କିତ ଚଢଉ କରିଥିଲେ  । ଏହି ସମୟରେ ୫୩ ଘରୋଇ ଗ୍ୟାସ ସିଲିଣ୍ଡରକୁ ଜବତ କରାଯାଇଛି  । ଅସାଧୁ ଉପାୟରେ ଏହି ଦୋକାନ ଗୁଡିକରେ ଚଢା ଦରରେ ବିନା କୌଣସି ଲାଇସେନ୍ସ ରେ ଗ୍ୟାସ ବିକ୍ରି କରାଯାଉଥିବାରୁ ଏହି ଚଢାଉ କରାଯାଇଛି  । ଆଗକୁ ମଧ୍ୟ ଏମିତି ଅତର୍କିତ ଚଢଉ ଜାରି ରହିବ ବୋଲି ସୂଚନା ମିଳିଛି  ।