"ରଙ୍ଗ ସଙ୍ଗମ'କୁ ଦକ୍ଷିଣ କୋରିଆ ଦର୍ଶକଙ୍କ ପ୍ରଶଂସା
ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ନାଟକ ଉସôବ "ରଙ୍ଗ ସଙ୍ଗମ' । ଏହି ରାଜ୍ୟସ୍ତରୀୟ ନାଟକ ଉସôବ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହେବ । ଆଜିର ଉଦ୍ଘାଟନୀ ସମାରୋହରେ ବିଧାୟକ ବାବୁ ସିଂ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିଦେ୍ର୍ଦଶକ ବିଜୟ କେତନ ଉପାଧ୍ୟାୟ, ନାଟ୍ୟକାର ଦୋଳଗୋବିନ୍ଦ ରଥ, ବିଜୟ ଶତପଥୀ ପ୍ରମୁଖ ଉପସ୍ଥିତ ରହି ନାଟକ ଉସôବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଓଡ଼ିଆ ନାଟ୍ୟ ପରମ୍ପରା କାଳଜୟୀ ଏବଂ ଆମ ଓଡ଼ିଆ ସଂସ୍କୃତି ଆଜି ବିଶ୍ୱବିଦିତ ବୋଲି ମୁଖ୍ୟ ଅତିଥି ବାବୁ ସିଂ ନିଜ ଅଭିଭାଷଣରେ କହିଥିଲେ ।
ଆଜି ପ୍ରଥମ ସନ୍ଧ୍ୟାରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଜୀବନୀକୁ ଆଧାର କରି ମଞ୍ଚାୟିତ ହୋଇଥିଲା ନାଟକ "ନିଃସଙ୍ଗ ନାୟକ' । ଓଡ଼ିଆ ସାହିତ୍ୟ, ସଂସ୍କୃତି, ନାଟକ, ଓଡ଼ିଶୀ ସଂଗୀତ ଓ ନୃତ୍ୟ ଦିଗରେ ରହିଥିବା ତାଙ୍କର ଅତୁଳନୀୟ ଅବଦାନକୁ ନାଟକରେ ଖୁବ ସୁନ୍ଦର ଭାବେ ଚିତ୍ରିତ କରାଯାଇଥିଲା । ନାଟକକୁ ନିଖୁଣ ଭାବେ ପ୍ରଦର୍ଶିତ କରିଥିଲେ ନାଟ୍ୟ ରଚୟିତା ଡ଼. ଶୈଳେଶ୍ୱର ନନ୍ଦ, ନିଦେ୍ର୍ଦଶକ ଶ୍ରୀମନ ନାରାୟଣ ମିଶ୍ର ଓ କ୍ୟାନମାସ ସାଂସ୍କୃତିକ ଅନୁଷ୍ଠାନର କଳାକାର ।
ଆଜି ପ୍ରେକ୍ଷାଳୟରେ ନାଟକ ପ୍ରଦର୍ଶିତ ହେଉଥିବା ବେଳେ ନାଟକ ଦେଖିବା ପାଇଁ ଭଞ୍ଜକଳା ମଣ୍ଡପରେ ଦକ୍ଷିଣ କୋରିଆରୁ ଆସିଥିବା ଦର୍ଶକମାନେ ଉପସ୍ଥିତ ଥିଲେ । ଓଡ଼ିଆ ଅସ୍ମିତାର ବାର୍ତ୍ତା ବହନ କରୁଥିବା ଏହି ନାଟକଟିକୁ ଦେଖି ଦକ୍ଷିଣ କୋରିଆର ଦର୍ଶକମାନେ ଏହାର ଭୂୟସୀ ପ୍ରଶଂସା କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ସଂସ୍କୃତି ବିଭାଗ ଅଧିକାରୀ ଭାଗ୍ୟଲିପି ମଲ୍ଲ ପରିଚାଳିତ କରିଥିଲେ ।