ଫାଇଲେରିଆ ନିରାକରଣ ଅଭିଯାନର ଆରମ୍ଭ
ବଲାଙ୍ଗିର : ଜିଲ୍ଲାର ୧୧ଟି ବ୍ଲକ ଓ ୫ଟି ସହରାଞ୍ଚଳରେ ଫେବୃଆରୀ ୧୦ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ପୃଥୀରାଜ ହାଇସ୍କୁଲରେ କାର୍ଯକ୍ରମର ଶୁଭାରମ୍ଭ ହୋଇଥିଲା । ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସାଲୱାର ନିଜେ କୃମିନାଶକ ବଟିକା ଖାଇ ଏହି କାର୍ଯକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଡ. ରମେଶ ଚନ୍ଦ୍ର ସାହୁ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡ. କୁବେର ଚନ୍ଦ୍ର ମହନ୍ତ, ଅତିରିକ୍ତ ଜିଲ୍ଲା ଚିକିସôାଧିକାରୀ ଡ. ସୁଦ୍ଧା, ଟାଟା ପାୱାର ସିଏସଆର ମୁଖ୍ୟ ଅରୁଣା ମରାଣ୍ଡି, ପୃଥୀରାଜ ହାଇସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ସନ୍ତୋଷିନୀ ପାତ୍ର, ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ସୁରେଶ ସ୍ୱାଇଁ ଙ୍କ ସମେତ ଜିଲ୍ଲା କାର୍ଯ୍ୟଳୟ ର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଜିଲ୍ଲା କାର୍ଯ୍ୟଳୟର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଏହି ବଟିକା ଖାଇଛନ୍ତି । ଜିଲ୍ଲାର ୧୩ ଲକ୍ଷ ୪୯ ହଜାର ୪୧ଜଣ ଜନସଂଖ୍ୟାକୁ ଫାଇଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ବଟିକା ଖୁଆଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଜିଲ୍ଲାପାଳ ଏହାକୁ ଏକ ଟିମ ଭାବେ କାମ କରିବା ସହ ଅଭିଯାନକୁ ସଫଳ କରାଇବାକୁ କହିଥିଲେ । ତେଣୁ ଜନସାଧାରଣ ଏହି ଅଭିଯାନ ରେ ସହଯୋଗ କରିବା ସହ ଏହି ବଟିକା ନିଶ୍ଚୟ ଖାଇବାକୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।