ଆଇନ ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠା ଦିବସ
କଟକ : ସ୍ଥାନୀୟ ମଧୁସୂଦନ ଆଇନ ବିଶ୍ୱ ବିଦ୍ୟାଳୟରେ ଉକôଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଦିବସ ଅବସରରେ ବିଶ୍ୱ ବିଦ୍ୟାଳୟର ଚତୁର୍ଥ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଶ୍ୱ ବିଦ୍ୟାଳୟର ପରିସରରେ ସ୍ଥାପିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଅତିଥି ଓ ବିଶିଷ୍ଟ ବ୍ୟକ୍ତିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବିଶ୍ୱ ବିଦ୍ୟାଳୟ କୂଳପତି କମଲଜିତ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବବ୍ୟପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଓ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମଧୁବାବୁଙ୍କ ସ୍ମୃତି ଚାରଣ କରିଥିଲେ । ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନ ଠାରୁ ଓଡ଼ିଆ ଜାତିର ଅସ୍ମିତା ଏବଂ ଶିକ୍ଷାର ପ୍ରସାର ପାଇଁ ମଧୁବାବୁଙ୍କ ଅତୁଳନୀୟ ଅବଦାନ ଥିଲା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟ ଆଇନ ପତ୍ରିକାର ଉନ୍ମୋଚନ କରାଯାଇଥିଲା । ଡକ୍ଟର ସୌମିତ୍ର ଚାଟାର୍ଜୀ ବିଶ୍ୱ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମରେ ବିଶ୍ୱ ବିଦ୍ୟାଳୟର ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ସହ ସର୍ବୋତ୍ତମ ଅଧ୍ୟାପକ/ଅଧ୍ୟାପିକାମାନଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ବିଶ୍ୱ ବିଦ୍ୟାଳୟ କୂଳ ସଚିବ ନିରୁପମା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସ୍ନାତ୍ତୋକୋତ୍ତର ପରିଷଦର ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକ, ବିତ୍ତ ନିୟନ୍ତ୍ରକ, ସିଣ୍ଡିକେଟ ସଦସ୍ୟ, ପଂଚବର୍ଷୀୟ ଆଇନ ବିଭାଗର ପ୍ରମୁଖ ଓ ୩ବର୍ଷୀୟ ଆଇନ ବିଭାଗର ପ୍ରମୁଖଙ୍କ ସମେତ ବିଶ୍ୱ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।