ଔଷଧ ଉପରେ ଚଢାଉ 

ାା ପ୍ରଭାନୁ୍ୟଜ ।ା ନିଆଳି :  ନିଆଳି ବଜାରରେ ଛତୁ ଫୁଟିଲା ଭଳି ଔଷଧ ଦୋକାନ ଖୋଲିଥିବାବେଳେ ବହୁ ଔଷଧ ଦୋକାନ ଗୁଡିକ ସରକାରୀ ନିୟମକୁ ଉଲ୍ଲଂଘନ କରି ନକଲି ଔଷଧ ବିନା ପଞ୍ଜୀକରଣରେ ବିକ୍ରି କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏ ନେଇ ଜିଲ୍ଲା ଡ୍ରଗ୍ସ ଅଧିକାରୀ ହରପ୍ରିୟା ମଲ୍ଲିକ ଅଚାନକ ନିଆଳି ବଜାରରେ ଥିବା ଔଷଧ ଦୋକାନରେ ପହଞ୍ଚô ପଞ୍ଜୀକୃତ ଯାଞ୍ଚ କରିବା ସହ ଔଷଧ ଗୁଡିକ ତଦାରଖ କରିଥିଲେ । ଏ ନେଇ ଡ୍ରଗ୍ସ ଅଧିକାରୀ ଶ୍ରୀମତୀ ମଲ୍ଲିକଙ୍କୁ ପଚାରିବାରୁ ବହୁ ସାଂଘାତିକ ତଥ୍ୟ ତାଙ୍କ ହାତରେ ଲାଗିଛି । ଏହା ବାହାରେ ପ୍ରକାଶ କରିହେବ ନାହିଁ । ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ତଦନ୍ତ ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ।