ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ 


ାା ପ୍ରଭାନୁ୍ୟଜ ।ା କଟକ : ଷ୍ଟେଟ ୟୁନିଅନ୍ ଅଫ ଜର୍ଣ୍ଣାଲିଷ୍ଟ (ଏସ୍ୟୁଜେ) ଆହ୍ୱାନକ୍ରମେ କଟକ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ ପାଇଁ ୭ଦଫା ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯାଇଛି । କଟକ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଗ୍ରାମାଞ୍ଚଳ ଏସ୍ପି ଅଫିସ ନିକଟରୁ ସଭ୍ୟମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚôଥିଲେ । ସାମ୍ବାଦିକମାନଙ୍କ ସାମୂହିକ କଲ୍ୟାଣ ନିମିତ୍ତ ଉପସ୍ଥାପନା ଦାବିଗୁଡ଼ିକ ମଧ୍ୟରେ ଦେଶର ଅନ୍ୟ କେତେକ ରାଜ୍ୟ ଭଳି ଆମ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ଏବଂ ଅବସରଗ୍ରହଣ କରିଥିବା ବା ୬୦ବର୍ଷ ବୟସରୁ ଊଦ୍ଧ୍ୱର୍ ସାମ୍ବାଦିକମାନଙ୍କୁ ୨୫ହଜାର ଟଙ୍କାର ଭତ୍ତା ଓ ପେନସନ ପ୍ରଦାନ କରାଯିବା, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପିତାମାତାଙ୍କ ସାମିଲ ସହିତ ଏହାର ଆକାରକୁ ୫ଲକ୍ଷ ଟଙ୍କା ପରିବର୍ତ୍ତେ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା, କୌଣସି ସାମ୍ବାଦିକ ମୃତୁ୍ୟବରଣ କଲେ ତାଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା ମୃତୁ୍ୟକାଳୀନ ସହାୟତା ରାଶି ପ୍ରଦାନ କରାଯିବା, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବା ଭଳି ୭ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ରାଜ୍ୟ ଉପଦେଷ୍ଟା ରଘୁନାଥ ଆଚାର୍ଯ୍ୟ, ରାଜ୍ୟ ଯୋଗଯୋଗ କାର୍ଯ୍ୟନିର୍ବାହୀ ଶଶୀ ଭୂଷଣ ଷଡ଼ଙ୍ଗୀ, ସାଧାରଣ ସଂପାଦକ ଗୌର ସାହୁ, ସଂପାଦକ ଶିଶିର ଦାଶ, ଉପସଭାପତି ରନôାକର ବାରିକ, କୋଷାଧ୍ୟକ୍ଷ ବିଷ୍ଣୁ ନାୟକ, ସଂଗଠନ ସଂପାଦକ ମୀନ କେତନ ଦାସ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁର ନାରାୟଣ ସାହୁ, ଧୀରେନ୍ଦ୍ର ସାହୁ, ଆର୍ତ୍ତତ୍ରାଣ ଦାସ, ସୁଜାତା ଗୋସ୍ୱାମୀ, ନିବେଦିତା ସିଂହ, ପ୍ରତାପ ନାୟକ, ବସନ୍ତ ସାମଲ, ସ୍ୱରାଜ ପଣ୍ଡା, ସତ୍ୟଜିତ ପାତ୍ର, ଅଜୟ ପଣ୍ଡା, ବିପିନ ବିହାରୀ ଦାସ, ଅକ୍ଷୟ ଦାଶ ଓ କମଳାକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।