ତଥ୍ୟ ପରିଚାଳନା ପ୍ରଣାଳୀ ଶୁଭାରମ୍ଭ

 ଜଟଣୀ  : ଖୋର୍ଦ୍ଧା ରୋଡ୍ ମେମୁ କାର୍ ସେଡ୍ରେ ଏକ "ତଥ୍ୟ ପରିଚାଳନା ପ୍ରଣାଳୀ’ ଉଦ୍ଘାଟିତ ହୋଇଯାଇଛି । କାର୍ଯ୍ୟଗୁଡ଼ିକର ସମ୍ପୂର୍ଣ୍ଣ ଡିଜିଟାଇଜେସନ୍ ଏବଂ ମେମୁ କାର୍ ସେଡ୍ରେ ମେମୁ କୋଚ୍ ଗୁଡ଼ିକର ରକ୍ଷଣାବେକ୍ଷଣର ସମସ୍ତ କାର୍ଯ୍ୟକଳାପରେ ନଜର ରଖିବା ପାଇଁ ଏହା ଏକ ଅଭିନବ ପଦକ୍ଷେପ  । ଏହା ମେମୁ କାର୍ ସେଡ୍ର ଅଧିକାରୀଙ୍କ ପ୍ରୟାସରେ ସ୍ୱଦେଶୀ ଭାବେ ଡିଜାଇନ୍ କରାଯାଇଛି । ଯାହା ଭାରତୀୟ ରେଳବାଇରେ ଯେକୌଣସି ମେମୁ ସେଡ୍ ପାଇଁ ପ୍ରଥମ  । ଏହି ଡାଟା ବେସ୍ ସିଷ୍ଟମକୁ ଖୋର୍ଦ୍ଧାରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ ଏଚ୍ଏସ୍ ବାଜ୍ୱା ଉଦ୍ଘାଟନ କରିଥିଲେ । ଏଥିରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ପି.କେ ବେହେରା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଶୁଭ୍ରଜ୍ୟୋତି ମଣ୍ଡଳ, ଶୁଭଜିତ୍ ଦାସ, ଖୋର୍ଦ୍ଧାରୋଡ୍ ମଣ୍ଡଳର ବରିଷ୍ଠ ମଣ୍ଡଳ ଇଲେକ୍ଟ୍ରିକାଲ୍ ଇଞ୍ଜିନିର୍ୟର୍ର୍ ଏବଂ ଖୋର୍ଦ୍ଧାରୋଡ୍ ଡିଭିଜନ୍ର ବୈଦୁ୍ୟତିକ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ  । ଆଙ୍ଗୁଠି ଟିପରେ ଏହି ଡାଟା ବେସ୍ ସିଷ୍ଟମ୍, ମେମୁ କାର ସେଡ୍ର କାର୍ଯ୍ୟକଳାପ ଯେପରିକି ନିରୀକ୍ଷଣ, ଉପକରଣର ଗୁରୁତ୍ୱପୂର୍ଣ୍ଣ ଜୀବନଚକ୍ର କାର୍ଯ୍ୟକଳାପ, ବିଫଳତା ବିଶ୍ଳେଷଣ ଏବଂ ନିର୍ଭରଯୋଗ୍ୟ କାର୍ଯ୍ୟ ଫ୍ରେମ୍ କରିବା ଇତ୍ୟାଦି ଉପରେ ନଜର ରଖିବାରେ ସାହାଯ୍ୟ କରିବା ସହ ତୁରନ୍ତ ରିପୋର୍ଟ ସୃଷ୍ଟି ଓ ଗଭୀର ଅନ୍ତଦୃଷ୍ଟି ଚିହ୍ନଟ କରିବାରେ ସହାୟକ ହେବ  । ଏହା ଉଭୟ ୱେବ୍ ଏବଂ ମୋବାଇଲ୍ ଆପ୍ ଆଧାରିତ ଡାଟା ବେସ୍ ସିଷ୍ଟମ୍  । ଏହି ତଥ୍ୟ ପରିଚାଳନା ପ୍ରଣାଳୀ ବିଭିନ୍ନ ରକ୍ଷଣାବେକ୍ଷଣ କାର୍ଯ୍ୟର ରେକର୍ଡ ରଖିବା କାର୍ଯ୍ୟକୁ ସରଳ କରିବ  । ଯେତେବେଳେ ମେମୁ ରେକ୍ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ କାର୍ ସେଡ୍ର ପ୍ଲାନିଂ ପ୍ରୋଗ୍ରେସ୍ ଅଫିସ ପ୍ରାପ୍ତ ହେଲେ ଆବଶ୍ୟକୀୟ ତ୍ରୁଟି ଅନୁସାରେ ସମ୍ପୃକ୍ତ ବିଭାଗ ଯଥା ବୈଦୁ୍ୟତିକ, ଯାନ୍ତ୍ରିକ, ନୁ୍ୟମେଟିକ୍, ବୈଷୟିକକୁ ଏକ ଜବ୍ କାର୍ଡ ଜାରି କରାଯିବା ପରେ ଉପକରଣ ବିଭାଗକୁ ପଠାଯିବ ଏବଂ ଆବଶ୍ୟକୀୟ ମରାମତି କିମ୍ବା ରକ୍ଷଣାବେକ୍ଷଣ ପରେ ବ୍ରେକ୍ ପାୱାର ସାର୍ଟିଫିକେଟ୍ ଜାରି କରାଯିବ । ଏହି ତଥ୍ୟ ପରିଚାଳନା ପ୍ରଣାଳୀର ବିକାଶ ଏବଂ ପରୀକ୍ଷଣ ସୌମ୍ୟକାନ୍ତି ଦାସ, ସହକାରୀ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଏବଂ ତାଙ୍କ ଇଞ୍ଜିନିୟରଙ୍କ ଦଳର ତତ୍ତ୍ୱାବଧାନରେ କରାଯାଇଥିଲା  ।