ଆଇନଜୀବୀଙ୍କ ନୀତି ଓ କର୍ତ୍ତବ୍ୟ ନେଇ କର୍ମଶାଳା

 ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ କୋର୍ଟ ପରିସର ବାର୍ ହଲ୍ଠାରେ ଖଡ଼ିଆଳ ଜୁଡ଼ିସିଆଲ୍ ଓକିଲ ସଂଘ ପକ୍ଷରୁ ଆଇନଜୀବୀଙ୍କ ନୀତି ଓ କର୍ତ୍ତବ୍ୟ ନେଇ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି  । ଏହି କର୍ମଶାଳା ପ୍ରତ୍ୟେକ ମାସ କ୍ଲିୟରେନ୍ସ କାର୍ଯ୍ୟ ଦିବସରେ ଅନୁଷ୍ଠିତ ହେବା ନେଇ ନିଷ୍ପତି ହୋଇଛି  । ଏଥିରେ ଜୁଡିସିଆଲ ଓକିଲ ସଂଘ ସଭାପତି ପ୍ରତାପ କିଶୋର ଜଗତ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ସାରଦା ପ୍ରସାଦ ପଣ୍ଡା, ବକ୍ତା ଭାବେ ଆଇନଜୀବୀ ଚିତ୍ତରଞ୍ଜନ ସିଂଦେଓ, ଯୁଧିଷ୍ଠିର ମେହେର ପ୍ରମୁଖ ଯୋଗ ଦେଇଥିଲେ  । ଏହି ଅବସରରେ ଆଇନଜୀବୀ ବା‚ାନିଧି ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଇନଜୀବୀ ଭବେଶ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ  । ଏହି ସଭାରେ ଆଇନଜୀବୀ ବିରଜା ସିଂ ଦଳପତି, ସୁଶାନ୍ତ ତାଣ୍ଡି, ମନୋରଞ୍ଜନ ରାଉତ, ଜୟ ପ୍ରକାଶ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ମେହେର, ଗିରିଧାରୀ ବିଭାର, ମହେନ୍ଦ୍ର ଯୋଶୀ, ଟିକେଶ୍ୱର ବେହେରା, ରବୀନ୍ଦ୍ର କୁମ୍ଭାର, ଟଙ୍କଧର ପଟେଲ ପ୍ରମୁଖ ଯୋଗଦେଇଥିଲେ  ।